Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଚନ୍ଦ୍ରଭାଗା ସମୁଦ୍ର କୂଳରେ ଡଲଫିନ୍‌ଙ୍କ ଜଳକ୍ରୀଡା, ପର୍ଯ୍ୟଟକଙ୍କୁ କଲା ଆକର୍ଷିତ

27/12/2020 at 9:53 AM

କୋଣାର୍କ ୨୭।୧୨: ରବିବାର ସକାଳୁ ସକାଳୁ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ପ୍ରାୟ ୧୦ରୁ ଅଧିକ ବିରଳ ପ୍ରଜାତିର ଡଲଫିନ ସମୁଦ୍ର କୂଳରେ ଜଳକ୍ରୀଡା କରୁଥିବାର ଦେଖିବାକୁ ମିଳିଛି । ଗଭୀର ସମୁଦ୍ର ମଧ୍ୟରେ ମାଛ ମାରିବା ପାଇଁ ମତ୍ସ୍ୟଜୀବୀ ଡଙ୍ଗାରେ ଯିବା ସମୟରେ ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ । ପରେ ନିଜ ମୋବାଇଲ କ୍ୟାମେରା ମାଧ୍ୟମରେ ଚିତ୍ର ଉତ୍ତୋଳନ କରିଥିଲେ ।

କିଛି ଦିନ ଧରି ପୁରୀ ଜିଲ୍ଲାପାଳଙ୍କ ଆହ୍ବାନରେ ମୋ ବିଚ୍ ସଫେଇ କାର୍ଯ୍ୟକ୍ରମ କରାଯିବା ଯୋଗୁଁ ସମୁଦ୍ର ଜଳ ଏବେ ସ୍ବଚ୍ଛ ଏବଂ ଆବର୍ଜନା ମୁକ୍ତ ରହିଛି । ଯାହା ଫଳରେ ଏତେ ସଂଖ୍ୟକ ଡଲଫିନଙ୍କ ସମୁଦ୍ର କୂଳରେ ଜଳକ୍ରୀଡା କରିବା ଦେଖିବାକୁ ମିଳିଛି । ଆଗରୁ କେବେ ଏପରି ଦୃଶ୍ୟ ଦେଖା ଯାଇନଥିବାରୁ  ଲୋକମାନେ ଏହା ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି ।

   Related Posts