ଚନ୍ଦ୍ରଭାଗା ବେଳାଭୂମି ନିକଟରୁ ଉଦ୍ଧାର ହେଲା ମୃତ ଡଲଫିନ୍ ଶାବକ, ଓଜନ ପ୍ରାୟ ୫୦କିଲୋ

Published By : Prameya-News7 Bureau | April 09, 2021 IST

କୋଣାର୍କ ୯।୪: କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ନିକଟରେ ଏକ ବିରଳ ପ୍ରଜାତିର ଡଲଫିନ୍ ଶାବକର ମୃତଦେହ ଦେଖିବାକୁ ମିଳିଛି । ମୃତ ଡଲଫିନ୍ ଶାବକର ଓଜନ ପାଖାପାଖି ୫୦ କିଲୋ ହେବା ବୋଲି ଆଶଙ୍କା କରାଯାଉଛି । ଚନ୍ଦ୍ରଭାଗା ବେଳାଭୂମିଠାରୁ ଅଳ୍ପ ଦୂରରେ ସମୁଦ୍ର ମଧ୍ୟରେ ବେଆଇନ ଟ୍ରଲର ଚଳାଚଳ କରିବା ଯୋଗୁଁ ପୂର୍ବରୁ ଅନେକ ସମୟରେ ବିରଳ ପ୍ରଜାତିର ଅନେକ ଜଳଚର ଜୀବମାନେ ପ୍ରାଣ ହରାଇ ସାରଛନ୍ତି ।

ପୂର୍ବରୁ ବିରଳ ପ୍ରଜାତିର ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହୋଇଥିଲା । ବନ ବିଭାଗ କର୍ମଚାରୀମାନେ ମୃତ କଇଁଛକୁ ପୋତି ଦେଇଥିଲେ । ବର୍ତ୍ତମାନ ଚନ୍ଦ୍ରଭାଗା ବେଳାଭୂମିରେ ମୃତ୍ୟୁ ହୋଇଥିବା ଏହି ଡଲଫିନ୍ ଶାବକକୁ ମଧ୍ୟ ତରବରିଆ ଭାବେ ବନ ବିଭାଗ କର୍ମଚାରୀମାନେ ଅଜଣା ସ୍ଥାନରେ ପୋତି ଦେଇଥିବା ସନ୍ଦେହ କରାଯାଉଛି । ବେଆଇନ ଟ୍ରଲର ଚଳାଚଳ ଯୋଗୁଁ ସାମୁଦ୍ରିକ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଥିବାରୁ ବନ ବିଭାଗର ଅଧିକାରୀମାନେ ସବୁ ଜାଣି ବି କଣ ପାଇଁ ଚୁପ୍ ବସିଛନ୍ତି ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.