ସମୁଦ୍ରକୂଳରୁ ଡଲ୍ଫିନର ମୃତଦେହ ଠାବ
15/12/2019 at 5:11 PM

ବାଲେଶ୍ବର ୧୫।୧୨: ସମୁଦ୍ରକୂଳରେ ଲାଗିଛି ଡଲଫିନ୍ର ମୃତଦେହ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମି ନିକଟରେ ଡଲଫିନ୍ର ମୃତଦେହ ଠାବ ହୋଇଛି । ଡଲଫିନ୍ର ମୃତଦେହଟି ଗଳିତ ଅବସ୍ଥାରେ ରହିଛି । ତେବେ ଏହି ଡଲଫିନ୍ କିପରି ପ୍ରାଣ ହରାଇଲା ଓ ତାହାର କାରଣ ଜଣାପଡିନି ।

ଡଲଫିନ ପଡିଥିବାର ଦେଖି ସ୍ଥାନୀୟଲୋକେ ବନବିଭାଗକୁ ଖବର ଦେଇଥିଲେ, ପରେ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଡଲଫିନ୍ ମୃତଦେହକୁ ପୋଷ୍ଟମର୍ଟମ କରାଯାଇ ବେଳାଭୂମିରେ ପୋତାଯାଇଛି ।
Related Posts
ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
26 January 2021
ନଦୀରେ ଭାସୁଛି ନବଜାତକର ମୃତଦେହ, ପେଟିରେ ପୁରାଇ ଫିଙ୍ଗାଯାଇଛି !
26 January 2021