ଚିଲିକା ହ୍ରଦର ସାତପଡା ରେଞ୍ଜ୍ ମହିଷା ଗାଁ ନିକଟରୁ ଡଲଫିନ୍‌ର ମୃତଦେହ ଉଦ୍ଧାର

Published By : Prameya-News7 Bureau | November 26, 2018 IST

କୃଷ୍ଣପ୍ରସାଦ ୨୬|୧୧:  ଡଲଫିନଙ୍କ ଆବାସସ୍ଥଳୀଭାବେ ଗତ କିଛିବର୍ଷ ହେବ ବେଶ ପରିଚୟ ସୃଷ୍ଟି କରିଥିବା ଚିଲିକା ହ୍ରଦର ସାତପଡ଼ା ରେଞ୍ଜ ଅନ୍ତର୍ଗତ ମହିଷା ଗାଁ ନିକଟରୁ ଏକ ବୟସ୍କ ଡଲଫିନ୍ ର ମୃତଦେହ ଉଦ୍ଧାର କରିଛି ବନବିଭାଗ । ପରେ ଏହାକୁ ବୋଟ୍  ସହାୟତାରେ ସାତପଡ଼ା ରେଞ୍ଚକୁ ଅଣାଯାଉଛି । ସେଠାରେ ମୃତ ଡଲଫିନ୍ ର ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ସାତପଡ଼ା ରେଞ୍ଜ ଅଫିସର ମାନସ ମହାପାତ୍ର କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମହିଷା ଗାଁ ତଳେ ଚିଲିକାରେ ଏକ ଡଲଫିନ୍  ଭାସୁଥିବା ନେଇ ବନବିଭାଗକୁ ସୂଚନା ମିଳିଥିଲା । ଖବର ପାଇ ବନବିଭାଗ ଚିଲିକା ଭିତରେ ମୃତ ଡଲଫିନ୍ ଟିକୁ ଠାବ କରିଥିଲେ । ପ୍ରଥମିକ ସୂଚନା ଅନୁଯାୟୀ, ମୃତ ଡଲଫିନ୍ ର ଲମ୍ବ ପ୍ରାୟ ୧୨ ଫୁଟ ହୋଇଥିବା ବେଳେ ଏହାର ଆନୁମାନିକ ବୟସ ୧୦ ବର୍ଷ ହେବ ବୋଲି ଆକଳନ କରାଯାଉଛି । ମୃତ ଡଲଫିନ୍ କୁ ସାତପଡ଼ାକୁ ଅଣାଯାଉଛି । ସେଠାରେ ପ୍ରାଣୀଚିକିତ୍ସକ ଏହି ଡଲଫିନ୍ ର ବ୍ୟବଚ୍ଛେଦ କରିବା ପରେ କେଉଁ ପରିସ୍ଥିତିରେ ଏହି ବୟସ୍କ ଡଲଫିନ୍ ର ମୃତ୍ୟୁ ଘଟିଲା ତାହା ଜଣାପଡ଼ବ ବୋଲି ରେଞ୍ଜର ଶ୍ରୀ ମହାପାତ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.