Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଚିଲିକାରେ ଡଲଫିନ୍ ଗଣନା, ୧୮ଟି ଟିମ୍ ନିୟୋଜିତ

19/01/2020 at 9:06 AM

ଟାଙ୍ଗୀ ୧୯।୧: ଚିଲିକାରେ ଡଲଫିନ୍ ଗଣନା ଆରମ୍ଭ ହୋଇଛି । ଚିଲିକାରେ ଚଳିତ ବର୍ଷ ଡଲଫିନଙ୍କ ସଂଖ୍ୟା କେତେ ରହିଛି ସେନେଇ ସରକାରୀସ୍ତରରେ ଆଜି ଗଣନା ଆରମ୍ଭ ହୋଇଛି ।  ବନ୍ୟପ୍ରାଣୀ ବିଭାଗ ଚିଲିକା  ଡ଼ିଭିଜନର ୪ ଟି ରେଞ୍ଜ ବାଲୁଗାଁ, ରମ୍ଭା, ସାତପଡା, ନୂଆପଡାରେ ଗଣାନା ଆରମ୍ଭ କରିଛି ।

ଚିଲିକାରେ ଇରାଉଡି  ଡଲଫିନ, ବଟଲ ନୋଜ ଡଲଫିନ ଙ୍କ ସଂଖ୍ୟା କେତେ ଅଛି ସେନେଇ ପ୍ରତିବର୍ଷ ପରି ଚଳିତ ବର୍ଷ ଚିଲିକାରେ ବନ୍ୟପ୍ରାଣୀ ବିଭାଗ ଚିଲିକା ଡିଭିଜନ ପକ୍ଷରୁ ଡଲଫିନ ଗଣନା ହେଉଛି ।  ପୂର୍ବରୁ  CDA ଏହାକୁ ଗଣନା କରୁଥିଲା ।  କିନ୍ତୁ ୨୦୧୪  ମସିହାଠାରୁ  ଚିଲିକା ବନ୍ୟପ୍ରାଣୀ ବିଭାଗ ଏହି ଗଣନା ଦଇତ୍ବ ତୁଲାଉଛି ।  

ଗଣନା ପାଇଁ ସର୍ବମୋଟ୍ ୧୮ଟି  ଟିମ ଗଠନ ହୋଇଛି । ବାଲୁଗାଁରେ  ୧୦ଟି  ଟିମ୍, ସାତପଡାରେ  ୮ ଟି  ଟିମ୍  ଏହି ଗଣନା କରୁଛନ୍ତି  । ୧୮ ଟି ଡଙ୍ଗା  ନିୟୋଜିତ ହୋଇଛି  ଏବଂ  ୭୫ ଜଣ ଏହି ଗଣନା  କରିବେ ।  ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ଗଣନା ହେବ ବୋଲି ବନ୍ୟପ୍ରାଣୀ ବିଭାଗ ଚିଲିକା ଡିଭିଜନ ର DFO  ଆଲୋକ ରଞ୍ଜନ ହୋତା  ଏହି  ସୂଚନା ଦେଇଛନ୍ତି । 

ଚିଲିକାରେ ମୁଖ୍ୟତଃ ଦୁଇ ପ୍ରଜାତିର ଡଲଫିନ ଯଥା ଇରାଉଡି ଡଲଫିନ, ବଟଲ ନୋଜ ଡଲଫିନ ଦେଖାଯାଇଥାନ୍ତି ।  ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ବିଶେଷଜ୍ଞ, CDA କର୍ମଚାରୀ, OUATର ଛାତ୍ର, ବନ୍ୟପ୍ରାଣୀ ବିଭାଗ ସହିତ ଜଡିତ ଥିବା ବିଭିନ୍ନ NGOର କର୍ମଚାରୀ ଏହି ଗଣନାରେ ସାମିଲ ହୋଇଛନ୍ତି ।  GPS କମ୍ପାସ ସାହାଯ୍ୟରେ ଏବଂ ବାଇନ-କୁଲାର ଦ୍ଵାରା ଡଲଫିନ ଗଣନା କରାଯିବ । ଗଣନା ସମୟରେ ପର୍ଯ୍ୟଟକମାନଙ୍କୁ ଡଲଫିନ ଦେଖାଯାଉଥିବା ଏରିଆରେ ଚଳ-ପ୍ରଚଳକୁ କିଛି ସମୟ ପାଇଁ ବାରଣ କରାଯାଇଛି ।

ଗତବର୍ଷ ଚିଲିକାରେ ୧୫୦ଟି ଡଲଫିନ ଚିହ୍ନଟ ହୋଇଥିବା ଚିଲିକା ଡିଭିଜନ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷ ଚିଲିକାକୁ ଆସିଥିବା  ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଡଲଫିନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଗଣନା ପରେ ତାହା ସ୍ପଷ୍ଟ ହୋଇଯିବ ।   

   Related Posts