ଆଜିଠୁ ଆରମ୍ଭ ହେଲା ଡଲଫିନ ଗଣନା, କୁହୁଡି ଯୋଗୁଁ ସୃଷ୍ଟି ହେଲା ଅସୁବିଧା

Published By : Prameya-News7 Bureau | January 19, 2019 IST

କୋଣାର୍କ ୧୯|୧:  ଆଜି ଡ଼ଲଫିନ ଗଣନା ଆରମ୍ଭ ହୋଇଛି । ଡଲଫିନ ଗଣନା କାର୍ଯ୍ୟରେ ୧୦ ଟି ଟିମ ନିୟୋଜିତ ହୋଇଥିବା ପୁରୀ ଡିଏଫ୍ଓ ସୂଚନା ଦେଇଛନ୍ତି ।

{"id":75957}

ଅସ୍ତରଙ୍ଗ, କୋଣାର୍କ ଓ ବ୍ରହ୍ମଗିରୀରେ ୫ଟିମ୍ ଗଣନା କାର୍ଯ୍ୟରେ ଲାଗିଥିବାବେଳେ ସମୁଦ୍ର ମଧ୍ୟରେ ୨ଟି ଟିମ ଓ ସମୁଦ୍ରକୂଳରେ ୩ଟି ଟିମ ବିଭିନ୍ନ ନଦୀରେ ଗଣନାରେ ସାମିଲ ହୋଇଛନ୍ତି ।

{"id":75958}

ଅତ୍ୟାଧୁନିକ ବାଇନାକୁଲର ଓ କ୍ୟାମେରା ଦ୍ବାରା ଏକ୍ସପର୍ଟ ମାନେ କରୁଛନ୍ତି ଗଣନା |

{"id":75959}

ସକାଳୁ ପ୍ରବଳ କୁହୁଡି ହେତୁ ଡ଼ଲଫିନ ଗଣନାରେ ବାଧା ଉପୁଜିଥିଲା ।  

{"id":75962}

ଅସ୍ତରଙ୍ଗ ଦେବୀ ନଇ ମୁହାଣ ଓ କେଳୁଣୀ ମୁହାଣରେ ଦୁଇଟି ଟିମ ବୋଟରେ ଲଙ୍ଗର ପକାଇ ଜଗିରହିଛନ୍ତି |

{"id":75963}

ପ୍ରବଳ କୁହିଡ଼ି ପଡିରହିଥିବାରୁ ଗଣନା ବିଳମ୍ବ ଦେଉଛି । ସମୁଦ୍ର ଓ ବିଭିନ୍ନ ନଦୀ ଭିତରୁ ସମସ୍ତ ଟିମ ଫେରିଆସିଲେ ଡ଼ଲଫିନ ଗଣନାର ସଠିକ ବିବରଣୀ ଦିଆଯିବ ବୋଲି ଡ଼ିଓଏଫ କହିଛନ୍ତି |

{"id":75964}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.