ଚିଲିକାରେ ଡ଼ଲଫିନ ଗଣନା ଆରମ୍ଭ
17/01/2021 at 8:10 AM

ବ୍ରହ୍ମଗିରି ୧୭।୦୧: ଚିଲିକାରେ ଆଜି ଆରମ୍ଭ ହେଲା ଡ଼ଲଫିନ ଗଣନା। ବନବିଭାଗ ଏବଂ ସି ଡି ଏ ଦ୍ୱାରା ଗଣନା ଆରମ୍ଭ। ଏହି ଗଣନାରେ ୧୮ଟି ଟିମ ଏବଂ ମୋଟ ୧୦୯ ଜଣ କର୍ମଚାରୀ ସାମିଲ ଅଛନ୍ତି।ଚିଲିକାର ସାତପଡ଼ା ରେଞ୍ଜ ରୁ ୮ଟି ଏବଂ ବାଲୁଗାଁ ରେଞ୍ଜ ରୁ ୧୦ ଟିମ ଦ୍ୱାରା ଚାଲିଛି ଗଣତି କାର୍ଯ୍ୟ। ସକାଳ ୬.୩୦ ରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି ଦିନ ୧୨ ଟା ପର୍ୟ୍ଯନ୍ତ ଚାଲିବ। ଏହି ଗଣନା କାର୍ଯ୍ୟରେ ବନବିଭାଗ, ସି ଡି ଏ କର୍ମଚାରୀ, ସ୍ବେଚ୍ଛାସେବୀ, ପରିବେଶବିତ,ଓୟୁଟି ଛାତ୍ର ସାମିଲ।