Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆଜିଠୁ ପୁଣି ଭିତରକନିକା ଓ ଗହୀରମଥାରେ ହେବ ଡଲଫିନ୍ ଗଣନା

29/01/2021 at 9:06 AM

ରାଜନଗର,୨୯/୦୧: କେନ୍ଦ୍ରାପଡାରେ ଅବସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରରେ ଶୁକ୍ରବାରଠାରୁ ଆରମ୍ଭ ହେବ ଡଲଫିନ୍ ଗଣନା । ଏଠାରେ ଚଳିତ ମାସ ୧୭ ତାରିଖରେ ଡଲଫିନ୍‌ ଗଣନା କରାଯାଇଥିଲା । ସେଦିନ ପାଗ ଅନୁକୂଳ ନଥିବାରୁ ଅଧିକାଂଶ ସ୍ଥାନରେ ଡଲଫିନ୍‌ ମିଳିନଥିଲା। ଡଲଫିନ୍‌ ଗଣନା ଠିକ୍‌ ଭାବେ ହୋଇ ନପାରିବାରୁ ଆଉ ଥରେ ଡଲଫିନ୍‌ ଗଣନା କରାଯିବ ବୋଲି ବନ ବିଭାଗ ନିଷ୍ପତ୍ତି ନେଇଛି ।

ଶୁକ୍ରବାରଠୁ ୯ଟି ଟିମ୍‌ ଡଲଫିନ୍‌ ଗଣନା ହେବ । ଧାମରା ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍‌ ଓ ନଦୀରେ ଡଲଫିନ୍‌ ଗଣନା କରାଯିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ କୁହାଯାଇଛି । ଭିତରକନିକା ଅଞ୍ଚଳରେ ଡଲଫିନ୍‌ ଗଣନା ପାଇଁ ୯ଟି ଟିମ୍‌ ଗଠନ କରାଯାଇଛି ।

ସେହିପରି ଆଉଟର୍‌ ହୁଇଲରୁ ଚିଂଚିରି ମାଉଥ୍‌, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁ ମାଇପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍‌ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ୱୁ ଖରନାସିରୁ ହୁକିଟୋଲା, ପାରାଦୀପରୁ ଜଟାଧାରୀ ମୁହାଣ ଓ ଦେବୀ ମୁହାଣରୁ ଜଟାଧାରୀ ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଟିମ୍‌ ଡଲ୍‌ଫିନ୍‌ ଗଣନା କରିବେ। ଡଲ୍‌ଫିନ୍‌ ବିଶାରଦ ଡ. ମୁନ୍ତାଜ ଖାଁଙ୍କ ନେତୃତ୍ୱରେ ପ୍ରତି ଗ୍ରୁପ୍‌ରେ ୩ରୁ ୫ଜଣ ଲେଖାଏଁ ସଦସ୍ୟ ରହିବେ। ସମୁଦ୍ର ମଧ୍ୟରେ ୫ଟି ଟିମ୍‌ ଓ ନଦୀ, ବ୍ରିଜରେ ୪ଟି ଟିମ୍‌ ଗଣନା କରିବେ ବୋଲି ସୂଚନା ମିଳିଛି ।

   Related Posts