ଚିଲିକାରୁ ମୃତ ଡଲ୍‌ଫିନ ଉଦ୍ଧାର

Published By : Prameya-News7 Bureau | February 24, 2019 IST

କୃଷ୍ଣପ୍ରସାଦ ୨୪|୨:  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ନୂଆପଡା ଗାଁ ପାଖ ଚିଲିକାରେ ମୃତ ଡ଼ଲଫିନ ଭାସୁଥିବାର ଦେଖିବାକୁ ମିଳିଛି । ସ୍ଥାନୀୟ ମସ୍ୟଜୀବୀ ମାଛ ଧରୁଥିବା ସମୟରେ ମୃତ ଡ଼ଲଫିନ ଭାସୁଥିବା ଦେଖି ତାକୁ ଉଦ୍ଧାର କରି କୂଳକୁ ଆଣିଥିଲେ । ଖବରପାଇ ଚିଲିକା ନୂଆପଡା ରେଞ୍ଜର ବନ କର୍ମଚାରୀ ପହଞ୍ଚି ମୃତ ଡ଼ଲଫିନକୁ ଜବତ କରିଛନ୍ତି ।

{"id":88125}

ତେବେ ଡ଼ଲଫିନର କିପରି ମରିଛି ବ୍ୟବଚ୍ଛେଦ ପରେ ତାହା ଜଣାପଡିବ ବୋଲି ଚିଲିକା ରେଞ୍ଜର ଗଙ୍ଗାଧର ସାହୁ ସୂଚନା ଦେଇଛନ୍ତି । ବାରମ୍ବାର ଚିଲିକାରେ ଏଭଳି ଭାବେ ଡ଼ଲଫିନ ମୃତ୍ୟୁକୁ ନେଇ ଏବେ ଚିନ୍ତା ବଢାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.