ରାଜପଥରେ ବିଛେଇ ହୋଇ ପଡିଥିଲା ଟଙ୍କା: ରାସ୍ତା ମଝିଆରେ ଗାଡି ଅଟକାଇ ଟଙ୍କା ଗୋଟେଇଲେ ଲୋକେ
15/12/2018 at 4:31 PM

ଆପଣ ରାସ୍ତାରେ ଯାଉଥିବାବେଳେ ଦେଖିଲେ ରାସ୍ତାର ବହୁତଗୁଡ଼ାଏ ଟଙ୍କା ପଡିଛି, ତାହେଲେ ଆପଣ କଣ କରିବେ ?
ନିଶ୍ଚୟ ଗାଡି ଅଟକାଇ ଟଙ୍କା ଉଠେଇବା ପାଇଁ ଆପଣଙ୍କ ଇଚ୍ଛା ହେବ | କିଛି ଲୋକ ଅଛନ୍ତି ନିଜ ମନକୁ କଣ୍ଟ୍ରୋଲ କରି ଟଙ୍କା ନଉଠାଇ ଗାଡି ଧରି ଚାଲିଯିବେ |
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନ୍ୟୁୟର୍କରେ | ଇଷ୍ଟ ରୁଥରଫୋର୍ଡ଼ର ବ୍ୟସ୍ତ ବହୁଳ ରାସ୍ତାରେ ଲୋକେ ଗାଡି ଅଟକାଇ ଟଙ୍କା ଉଠାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା | ଘଟଣା କଣ ଆସନ୍ତୁ ଜାଣିବା

ବ୍ରିଙ୍କ କମ୍ପାନୀର ଏକ ଗାଡି ଯାଉଥିଲା | ଗାଡିର ଡୋର ଖୋଲାଥିବା ଯୋଗୁଁ ସମସ୍ତ ଟଙ୍କା ଉଡି ଉଡି ରାସ୍ତାରେ ବିଛେଇ ହୋଇପଡ଼ିଥିଲା | ଟଙ୍କା ରାସ୍ତାରେ ପଡିଥିବା ଦେଖି ଲୋକେ ପାଗଳ ଭଳି ଗାଡି ଅଟକାଇ ରାସ୍ତାରୁ ଟଙ୍କା ଉଠାଇବା ଆରମ୍ଭ କରିଥିଲେ | ରାସ୍ତାରୁ ଟଙ୍କା ଉଠାଉଥିବା ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ଜଣେ ୟୁନିଫର୍ମ ପିନ୍ଧିଥିବା ବ୍ୟକ୍ତି ରାସ୍ତାରୁ ଟଙ୍କା ଉଠାଉଛନ୍ତି | ରାସ୍ତାରେ ଲଗାତାର ଗାଡି ଯିବ ଆସିବା କରୁଥିବା ଭିତରେ ଲୋକେ ଟଙ୍କା ଉଠେଇବାରେ ବ୍ୟସ୍ତ ଥିଲେ |

ଡେନିଏଲ ଶାହ ନାମକ ଜଣେ ବ୍ୟକ୍ତି ଏହି ସମସ୍ତ ଘଟଣା ଦେଖୁଥିଲେ | ସେ କହିଥିଲେ ଲୋକେ ଯେତେବେଳେ ରାସ୍ତାରେ ଟଙ୍କା ପଡିଥିବା ଦେଖିଲେ ଲୋକଙ୍କ ମୁଣ୍ଡ ଖରାପ ହୋଇଗଲା | ସେ କହିଥିଲେ ଯେ, ଗାଡିରେ ଯାଉଥିବା ଲୋକଙ୍କ କୌଣସି ଜିନିଷକୁ ଖାତିର ନଥିଲା | ଟଙ୍କା ଉଠାଇବା ପାଇଁ ଲୋକେ ରାଜପଥ ମଝିରେ ଗାଡି ପାର୍କ କରିଦେଇଥିଲେ | ବ୍ରିଙ୍କର ଟ୍ରକ ମଧ୍ୟ ରାସ୍ତାରେ ମଝିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା | ତେବେ ରାସ୍ତା ମଝିରେ ଗାଡି ଛିଡା କରିଥିବା ଯୋଗୁଁ ଦୁଇଟି ଦୁର୍ଘଟଣା ମଧ୍ୟ ହୋଇଥିବା ପୋଲିସ କହିଛି | ତେବେ ଦୁର୍ଘଟଣାରେ କାହାର କଣ କ୍ଷତି ହୋଇଥିବା ସୂଚନା ପୋଲିସକୁ ମିଳିନଥିବା କହିଛି |

ପୋଲିସ କହିଛି ଯେ, ବ୍ରିଙ୍କ କମ୍ପାନୀର ଗାଡି ବୋଧେ ଭଲ ଭାବେ ବନ୍ଦ ହୋଇନଥିଲା | ତେବେ ଟ୍ରକରୁ କେତେ ଟଙ୍କା ଉଡିଯାଇ ରାସ୍ତାରେ ପଡିଥିଲା ସେ ସୂଚନା ପୋଲିସ ପାଖେ ନଥିବା ପୋଲିସ କହିଛି |

ଗତ ମେ ମାସରେ ମଧ୍ୟ ବ୍ରିଙ୍କର ଏକ ଟ୍ରକରୁ ହଜାର ହଜାର ଡଲାର ରାସ୍ତାରେ ବିଛେଇ ହୋଇପଡ଼ିଥିଲା | ତେବେ ବାରମ୍ବାର ବ୍ରିଙ୍କର ଟ୍ରକରୁ ଏଭଳି ଟଙ୍କା ପଡୁଥିବା ନେଇ ପ୍ରଶ୍ନ ଉଠିଛି |