ମୁହାଣ ନିକଟକୁ ଚାଲି ଆସିଲା ଡଲଫିନ୍, ବଞ୍ଚାଇପାରିଲେନି ସ୍ଥାନୀୟ ଲୋକେ...

Published By : Prameya-News7 Bureau | May 08, 2021 IST

ଭୋଗରାଇ,୦୮/୦୫: ବାଲେଶ୍ୱର ଜିଲ୍ଲା ବାଲିଆପାଳ କଙ୍କଡ଼ାପାଳ ମୁହାଣ ନିକଟରୁ ଡଲଫିନ୍ ଉଦ୍ଧାର । ଶୁକ୍ରବାର ସନ୍ଧ୍ୟାରେ ୪ ଫୁଟ୍‌ର ଲମ୍ବର ଏକ ହଲଫିନ୍‌ ଉଦ୍ଧାର କରାଯାଇଛି।

ଡଲଫିନ୍‌ଟି ମୁହାଣ କୂଳରେ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଡଲଫିନ୍‌ର ପାଟିରୁ ରକ୍ତ ବାହାରୁଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ବଂଚାଇବାକୁ ଚେଷ୍ଟା କରିଥିଲେ। ହେଲେ କିଛି ସମୟ ପରେ ଡଲଫିନ୍‌ଟି ମରି ଯାଇଥିଲା। ପରେ ଏନେଇ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଆସି ଡଲଫିନ୍‌ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.