Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦୋଳପୂର୍ଣ୍ଣିମାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଦୋଳ ମେଲଣ, ଆସନ୍ତାକାଲି ରଙ୍ଗର ପର୍ବ ହୋଲି

21/03/2019 at 6:12 PM

ପୁରୀ|ପାରଳାଖେମୁଣ୍ଡି|ମହାଙ୍ଗା ୨୧|୩ : ଆଜି ଦୋଳପୂର୍ଣ୍ଣିମା । ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ଦୋଳପୂର୍ଣ୍ଣିମାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଦୋଳ ମେଳଣ । ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ସଂପନ୍ନ ହୋଇଛି । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବା ସହ ଫଗୁ ଖେଳିଛନ୍ତି ମହାପ୍ରଭୁ ।

ଦୋଳପୂର୍ଣ୍ଣିମା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଦୋଳ ବିମାନରେ ନଗର ଭ୍ରମଣ କରୁଛନ୍ତି ରାଧାକୃଷ୍ଣ । ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ହମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି । ଦୁର୍ଲଭ ରାଜରାଜେଶ୍ବର ବା ସୁନାବେଶେର ଦର୍ଶନ ଦେଇଛନ୍ତି ଶ୍ରୀଜୀଉ । ଦୋଳବେଦୀକୁ ବିଜେ କରି ଦୋଳରେ ଝୁଲିବା ସହ ଫଗୁ ଖେଳିଛନ୍ତି ମହାପ୍ରଭୁ । ହଜାର ହଜାର ଶ୍ରଦ୍ଧାଳୁ ସୁନାବେଶ ଦର୍ଶନ କରି ମହାପ୍ରଭୁଙ୍କ  ସହ ଫଗୁ ଖେଳିଥିଲେ । ଦୋଳରେ ଦୋଳଗୋବିନ୍ଦ, ଚାପରେ ମଧୁସୁଦନ ଓ ରଥରେ ବାମନ ରୂପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁର୍ନଜନ୍ମ ହୁଏନାହିଁ ବୋଲି  ବିଶ୍ବାସ ରହିଛି ।

କେବଳ ଶ୍ରୀକ୍ଷେତ୍ର ନୁହେଁ ଗାଁ ଗହଳିରେ ବି ଚାଲିଛି ଦୋଳମେଳଣ । ପାରଳାଖେମୁଣ୍ଡିରେ ଦୋଳ ଉତ୍ସବ ମହାସମାରୋହରେ ପାଳିତ ହେଉଛି । ଏଠି ଛଅ ଦିନ ଧରି ଚାଲିବ ମେଲଣ । କଟକ ଜିଲ୍ଲା ମାହାଙ୍ଗାର ପ୍ରସିଦ୍ଧ ଓଳକଣl ମେଳଣ ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ ପ୍ରଥମେ ଆଳି ରାଜାଙ୍କ ବିମାନ ଓଳକଣା ପଡ଼ିଆକୁ ପ୍ରବେଶ କରିଥିଲା । ପରେ ୨୦୦ ବିମାନ ୩ ଗୋଟି ଦ୍ଵାର ଦେଇ ପଡିଆ ମଧ୍ୟକୁ ପ୍ରବେଶ କରିଥିଲା । କେନ୍ଦ୍ରପଡା ପାଟକୁରାରେ ମଧ୍ୟ ମହାଆଡମ୍ବରରେ ଦୋଳ ମେଳଣ ଚାଲିଛି ।

   Related Posts