ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ, ଅନେକ ସାମଗ୍ରୀ ପୋଡି ପାଉଁଶ

Published By : Prameya-News7 Bureau | June 05, 2021 IST

ପାଟଣା ୦୫।୦୬: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ଛକରେ ଅଗ୍ନିକାଣ୍ଡ । ଛକରେ  ଥିବା ଏକ କ୍ୟାବିନରେ ଅଗ୍ନିକାଣ୍ଡ ଘଟି ଅନେକ ଜିନିଷ ପତ୍ର ଜଳି ପୋଡି ନଷ୍ଟ ହୋଇଛି। ଏଥି ସହ ପାଖରେ ଥିବା ଏକ ଲେଡିଜ କର୍ଣ୍ଣର ମଧ୍ୟ ଆଂଶିକ ଜଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଖବର ଅନୁଯାୟୀ,  ଗ୍ରାମର ଶତ୍ରୁଘନ ମହାନ୍ତ ଏକ କ୍ୟାବିନ୍  କରି ପାନ ଦୋକାନ ଦେଇଥିଲେ । କୌଣସି କାରଣରୁ ଶନିବାର ଦିନ ସକାଳେ ହଠାତ କ୍ୟାବିନ୍‌ରେ ନିଆଁ ଲାଗିଯାଇଥିଲା । ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.