ଜଳିଗଲା ୧୦ ଦୋକାନ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

Published By : Prameya-News7 Bureau | November 29, 2021 IST

ଭୋଗରାଇ,୨୯/୧୧: ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ୧୦ରୁ ଅଧିକ ଦୋକାନ ।  ବାଲେଶ୍ଵର ଜିଲ୍ଲା ଭୋଗରାଇ  ବ୍ଲକରେ ଥିବା  ପ୍ରସିଦ୍ଧ ଶୈବ ପୀଠ ସାମ୍ନାରେ ଥିବା ଦୋକାନ ଜଳିଯାଇଛି ।

ସୂଚନାନୁସାରେ,  ବାବା ଚନ୍ଦନେଶ୍ୱର ମନ୍ଦିର ସମ୍ମୁଖରେ ଥିବା ୧୦ ରୁ ଅଧିକ ଅସ୍ଥାୟୀ ଦୋକାନ ଜଳିଯାଇଛି । ରବିବାର ବିଳମ୍ବିତ ରାତ୍ରରେ ହଠାତ ନିଆଁ ଲାଗିଯାଇଥିଲା । ତୁରନ୍ତ ଗୋଟିଏ ପରେ ଗୋଟିଏ ୧୦ଟି ଦୋକାନ ଘର ଜଳିଯାଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡିନଥିବା ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.