ମଦ କ'ଣ ଅତ୍ୟାବଶ୍ୟକୀୟ ସାମଗ୍ରୀ ? ସଟର ପକାଇ ସାଇଡ୍‌ରେ କାରବାର

Published By : Prameya-News7 Bureau | April 15, 2020 IST

ବ୍ରହ୍ମପୁର ୧୫।୦୪: କରୋନା ସ୍ଥିତି ନେଇ ସାରାରାଜ୍ୟରେ ଲକ୍‌ଡାଉନ୍‌ ଜାରି ରହିଛି । ଏହି ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶକୀୟ ସାମଗ୍ରୀ ସମେତ କିଛି ସାମଗ୍ରୀକୁ ଛାଡି ଅନ୍ୟ  ସବୁ ଉପରେ ରୋକ୍‌ ଲାଗିଛି । କିନ୍ତୁ ବ୍ରହ୍ମପୁରରେ ମଦର ଅବାଧ କାରବାର । ଏକ ନିର୍ଦ୍ଦିଷ୍ଟ ଦୋକାନ ବିରୋଧରେ ଆସିଛି ନିୟମ ଉଲ୍ଲଂଘନର ସଙ୍ଗୀନ ଅଭିଯୋଗ  ।

ଲକଡାଉନ୍ ସମୟରେ ସବୁ କିଛି ଲକ୍ ଥିବା ବେଳେ ବ୍ରହ୍ମପୁର ରେ ଏକ ମଦ ଦୋକାନ ଏହି ନିୟମକୁ ଉଲଂଘ୍ନ କରିଥିବା ଚିତ୍ ଦେଖିବାକୁ ମିଳିଛି । ଉକ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ମଦ ଦୋକାନର ଗଳା ବାଟରୁ ମଦ ଚାଲାଣ ହେଉଥିବାର ଚିତ୍ର ଦେଖିବାକୁ ମିଳିଛି । ତାହା ପୁଣି ଅବକାରୀ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ପେଟି ପେଟି ମଦ ଚାଲାଣ ହୋଇଥିବା ଦେଖିବାକୁ ମିଳିଛି । ତେବେ କେଉଁ ପରିସ୍ଥିତି ରେ କେଉଁ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି ନିୟମ ଉଲ୍ଲଂଘନ କାର୍ଯ୍ୟ କରିଛନ୍ତି ତାହାର ତଦନ୍ତ କରାଯାଇପାରିଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ଆଶା କରାଯାଉଛି । ଏ ସଂପର୍କରେ ବିଭାଗୀୟ ଅଧିକାରୀ କିଛି ଜାଣିନଥିବା ନ୍ୟୁଜ୍‌ ସେଭେନ୍‌କୁ ଫୋନ୍ ଯୋଗେ ପ୍ରତିକ୍ରିୟାରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.