Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ମାର୍ଗଶିର ମାସରେ ଏହି କାର୍ଯ୍ୟ କଲେ ମନେ ପଡିଥାଏ ପୂର୍ବ ଜନ୍ମର ଘଟଣା

29/11/2021 at 6:44 PM

ଭୁବନେଶ୍ୱର ୨୯/୧୧ : ନଭେମ୍ବର ୧୯ ତାରିଖରୁ ମାର୍ଗଶିର ମାସ ଆରମ୍ଭ ହୋଇଛି। ମାର୍ଗଶିର ମାସରେ ଭଗବାନ ବିଷ୍ଣୁ ଏବଂ ତାଙ୍କର ଅଷ୍ଟମ ରୂପ ଶ୍ରୀକୃଷ୍ଣଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି। ମାର୍ଗଶିର ମାସରେ ବିଷ୍ଣୁଙ୍କୁ ପୂଜା କଲେ ସବୁ ସଙ୍କଟ ଦୂର ହୋଇଥାଏ। ପୁରାଣରେ ମାର୍ଗଶିର ମାସର ବର୍ଣ୍ଣନା ରହିଛି। ଏହି ମାସରେ ଉପବାସ କଲେ ମନୁଷ୍ୟ ପରବର୍ତ୍ତୀ ଜନ୍ମରେ ରୋଗ ଓ ଶୋକରୁ ମୁକ୍ତ ହୋଇଥାଏ।

ମାର୍ଗଶିର ଶୁକ୍ଳପକ୍ଷ ଦ୍ୱାଦଶରେ ଉପବାସ ଆରମ୍ଭ କରି ପ୍ରତି ମାସ ଦ୍ୱାଦଶରେ ଉପବାସ କରି କାର୍ତ୍ତିକ ଦ୍ୱାଦଶୀରେ ସମାପନ କରିବା ଉଚିତ। ପ୍ରତ୍ୟେକ ଦ୍ୱାଦଶୀରେ ବିଷ୍ଣୁଙ୍କ ୧୨ ନାମରେ ଗୋଟିଏ ଗୋଟିଏ ମାସ ତାଙ୍କୁ ପୂଜା କରିବା ଉଚିତ। ଏହାଦ୍ୱାରା ଜାତିସ୍ମର ପୂର୍ବ ଜନ୍ମର ଘଟଣା ମନେ ରହିଥାଏ ଏବଂ ମନୁଷ୍ୟ ସେହି ଲୋକରେ ପହଞ୍ଚି ଯାଇଥାଏ ଯେଉଁଠାରୁ ପୁଣି ସଂସାରକୁ ଫେରିବା ଆବଶ୍ୟକତା ପଡେନାହିଁ। 

ମହାଭାରତର ଅନୁଶାସନ ପର୍ବରେ କୁହାଯାଇଛି ଯେ ଏହି ମାସରେ ଗୋଟିଏ ସମୟରେ ଭୋଜନ କଲେ ସବୁ ପାପ ନଷ୍ଟ ହୋଇଥାଏ।

ମାର୍ଗଶିର ମାସରେ ପ୍ରତ୍ୟେକ ଗୁରୁବାର ବିଷ୍ଣୁଙ୍କ ସହ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରିବା ଉଚିତ। ଯେଉଁ ଘରେ ବିଧି ଅନୁସାରେ ମା’ଙ୍କ ପୂଜା ହୁଏ ମା’ ଲକ୍ଷ୍ମୀ ସେହି ଘରେ ବାସ କରନ୍ତି।

ମାର୍ଗଶିର ମାସରେ ଦାନ ପୁଣ୍ୟ ସହ କୌଣସି ପବିତ୍ର ନଦୀରେ ସ୍ନାନ କରିବାର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ଏହି ମାସରେ ନିତ୍ୟ ଶ୍ରୀମଦ୍ଭାଗବତ ଗୀତ ପାଠ କରିବା ଉଚିତ। ମାସ ସାରା ‘ଓଁ ନମଃ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରିବା ଉଚିତ।

ଶିବ ପୁରାଣ ଅନୁସାରେ ମାର୍ଗଶିର ମାସରେ ରୁପା ଦାନ କଲେ ପୁରୁଷତ୍ୱ ବୃଦ୍ଧି ହୋଇଥାଏ। ଶିବ ପୁରାଣର ବିଶେଶ୍ୱର ସଂହିତା ଅନୁସାରେ ଅନ୍ନ ଦାନ କଲେ ସବୁ ପ୍ରକାର ଅଭୀଷ୍ଟ ଫଳ ପ୍ରାପ୍ତ ହୋଇଥାଏ। ମାର୍ଗଶିର ମାସରେ ସନ୍ଧ୍ୟା ସମୟରେ ଉପାସନା ନିଶ୍ଚୟ କରିବା ଉଚିତ।

   Related Posts