ମଣିଷ ଭାଗ୍ୟରେ ଯାହା ଲେଖା ଥାଏ ତାହା ହୁଏ। ଯେତେବେଳେ ଜୀବନରେ କିଛି ଭଲ ହେବାକୁ ଥାଏ ସେତେବେଳେ ସବୁ କିଛି ଭଲ ହେବାର ଅନୁଭବ ହୁଏ। ମଣିଷ ସହ କିଛି ଭଲ ହେଲେ ସେ ଭଲ ଅନୁଭବ କରେ ଓ କିଛି ଖରାପ ହେବାକୁ ଥିଲେ ସବୁକିଛି ଖରାପ ହେଉଥାଏ। ଖରାପ ସମୟ ଚାଲିଥିଲେ ଭାଗ୍ୟକୁ ଲୋକେ ଦୋଷ ଦିଅନ୍ତି। କିନ୍ତୁ ଏମିତି କିଛି ଜିନିଷ ଅଛି ଯାହା କରିଲେ ସବୁକିଛି ଭଲ ହୋଇଥାଏ ।
୧- ପ୍ରତିଦିନ ସକାଳେ ମନ୍ଦିରରେ ଭଜନ, କିର୍ତ୍ତନ କରିବା ବା ଶଙ୍ଖ ଘଣ୍ଟିର ଶବ୍ଦ ଶୁଣିବା ଅତ୍ୟନ୍ତ ଶୁଭ। ଏହି କାମ ସକାଳେ କରିଲେ ପୂରା ଦିନ ଭଲ ହୋଇଥାଏ।
୨- ଶଙ୍ଖ ଓ ଘଣ୍ଟିର ଶବ୍ଦ ଭଗବାନଙ୍କ ପ୍ରିୟ ବୋଲି କୁହାଯାଏ। ଏହି ଶବ୍ଦ ଶୁଣିଲେ ଜୀବନ ସକରାତ୍ମକତା ଆଡେ ଅଗ୍ରସର କରିଥାଏ।
୩- ସକାଳେ ଉଠି ଗାଇ ଦର୍ଶନ କରିବା ମଧ୍ୟ ଶୁଭ ସଂକେତ ହୋଇଥାଏ।
୪- ଧଳା ବା ଗହମ ରଂଗର ଗାଇ ଦେଖିବା ଅଧିକ ଶୁଭ ହୋଇଥାଏ ଓ ଏହା ଦ୍ବାରା ଜୀବନରେ ମାଁ ଲକ୍ଷ୍ମୀଙ୍କ କୃପା ବଢିଥାଏ।
୫- ସକାଳ ସମୟରେ କୌଣସି ଚଢେଇର ଶବ୍ଦ ଶୁଣିବା ବା ଦେଖିବା ଭଲ ବୋଲି କୁହାଯାଏ। ଏହା ସହ ପୁରୁଣା ସାଙ୍ଗ ଦେଖା ହେଲେ ମଧ୍ୟ ଦିନ ଭଲ ଯାଏ।
୬- ଘରୁ ଅଫିସ ଯିବା ସମୟରେ ହାତୀ ହେଖିବା ଶୁଭ ହୋଇଥାଏ।
୭- ସକାଳେ ଯଜ୍ଞ କୁଣ୍ଡ ଦେଖିବା ଶୁଭ ହୋଇଥାଏ। କାରଣ ଶାସ୍ତ୍ରରେ ଅଗ୍ନିଙ୍କୁ ପୂଜନୀୟ କୁହାଯାଏ।
୮- ସକାଳେ ଉଠି ପ୍ରଥମେ ସୂର୍ଯ୍ୟଙ୍କ ଦର୍ଶନ କରିବା ଶୁଭ କାରଣ ସୂର୍ଯ୍ୟ ଦେବଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର କୁହାଯାଏ।
୯- ସକାଳେ ନବବିବାହିତା ମହିଳା ଦେଖିଲେ ତାହା ଶୁଭ ବୋଲି କୁହାଯାଏ।
wp:heading {"level":1}