Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କୁକୁର ଚାଟି ଚାଟି ନଷ୍ଟ କରି ଦେଲା ପ୍ରମାଣ: ତଦନ୍ତରେ ପୋଲିସ୍ ମାରିଥିଲା ଢ଼ିଲା..

9/01/2020 at 5:19 PM

ନୋଇଡ଼ା୯/୧: କୁକୁର ଚାଟି ଚାଟି ନଷ୍ଟ କରି ଦେଲେ ହତ୍ୟାର ପ୍ରମାଣ। ବିଜନେସ୍‌ମ୍ୟାନ ଗୌରବ ଚନ୍ଦେଲଙ୍କ ହତ୍ୟାକାଣ୍ଡରେ ପ୍ରମାଣ ନଷ୍ଟ ହୋଇଯାଇଛି। ଘଟଣାର ଗୋଟିଏ ଦିନ ପରେ ପୋଲିସ ଓ ଫରେନ୍‌ସିକ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ତଳେ ପଡ଼ିଥିବା ରକ୍ତକୁ କୁକୁର ଚାଟି ଚାଟି ସଫା କରି ଦେଇଥିଲା। ଆଉ ଯାହା ରକ୍ତ ପଡ଼ିଥିଲା ପଡ଼ିଥିଲା ବର୍ଷା ପାଣିରେ ଧୋଇ ହୋଇଯାଇଥିଲା। ଦିଲ୍ଲୀ ନୋଇଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ତଦନ୍ତରେ ପୋଲିସର ଢ଼ିଲା ମାରିଥିବା ଯୋଗୁଁ ହତ୍ୟାର ପ୍ରମାଣ ନଷ୍ଟ ହୋଇଯାଇଛି।

ପୋଲିସର ସୂଚନା ମୁତାବକ ଗତ ମଙ୍ଗଳବାର ଦିନ ବିଜନେସ୍‌ମ୍ୟାନ ଗୌରବ ଚନ୍ଦେଲଙ୍କୁ ରକ୍ତାତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଗୌରବଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ସେତେବେଳକୁ ପୋଲିସ ହସ୍ପିଟାଲରେ ପହଞ୍ଚି  ସାରି ଥିଲା। ଏହା ପରେ ଶବ ବ୍ୟବଚ୍ଛେଦ ପାଇଁ ଗୌରବଙ୍କ ମୃତ ଶରୀରକୁ ପୋଲିସ ପଠାଇ ଦେଇଥିଲା।

ଗୌରବଙ୍କ ହତ୍ୟାର ତଦନ୍ତରେ ପୋଲିସ ଢ଼ିଲା ମାରିଥିଲା। ଘଟଣାଦିନ ହତ୍ୟା ହୋଇଥିବା ସ୍ଥାନକୁ ପୋଲିସ ନ ପହଞ୍ଚି ତା’ପରଦିନ ପହଞ୍ଚିଥିଲା। ଯାହାଫଳରେ ହତ୍ୟାର ପ୍ରମାଣ ନଷ୍ଟ ହୋଇଯାଇଛି। ଏପରି କି ତଳେ ପଡ଼ିଥିବା ଗୌରବଙ୍କ ରକ୍ତକୁ କୁକୁର ଶୁଙ୍ଘି ଶୁଙ୍ଘି ପହଞ୍ଚି ଯାଇଥିଲା ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରି ନଥିଲା। ହତ୍ୟାକାଣ୍ଡର ଗୋଟିଏ ଦିନରେ ପୋଲିସ ଓ ଫରେନ୍‌ସିକ୍ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ରକ୍ତ ପଡ଼ିଥିବା ସ୍ଥାନର ମାଟି ନେଇ ଫରେନ୍‌ସିକ ଟିମ୍ ଚାଲି ଯାଇଥିଲେ।

ସ୍ଥାନୀୟ ଜଣେ ଲୋକଙ୍କ କହିବା ଅନୁସାରେ ଘଟଣାଦିନ ଗୌରବ ଓ ଦୁର୍ବୃତ୍ତଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଶେଷରେ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଗୌରବଙ୍କୁ ପ୍ରହାର କରିଥିଲେ। ରକ୍ତାତ ଅବସ୍ଥାରେ ଗୌରବ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ପହଞ୍ଚିବା ବେଳକୁ ଦୁର୍ବୃତ୍ତମାନେ ଜାଗା ଛାଡ଼ି ଚାଲି ଯାଇଥିଲେ। ସ୍ଥାନୀୟ ଏସଏସପି ବୈଭବ କୃଷ୍ଣ କହିଛନ୍ତି ଖୁବ୍‌ ଶୀଘ୍ର ହତ୍ୟାକାରୀଙ୍କୁ ଗିରଫ କରାଯିବ।

   Related Posts