Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବୃଦ୍ଧାଙ୍କୁ ଝୁଣି ମାରିଦେଲେ ବୁଲା କୁକୁର

1/06/2019 at 12:47 PM

କଳାହାଣ୍ଡି ୧|୬: ବୁଲା କୁକୁରଙ୍କ କାମୁଡାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । କାଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ବାଞ୍ଜିବାହାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ହେଉଛନ୍ତି ଭୁମିସୁତା ମାଝୀ ।

ସୂଚନାଯୋଗ୍ୟ ଯେ, କାଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ବାଞ୍ଜିବାହାଲ ଗାଁ ୫୭ ବର୍ଷ ବୟସ୍କା ଭୁମିସୁତା ମାଝୀ ଶୌଚ ହେବା ପାଇଁ ଯାଇଥିଲେ । ଠିକ୍ ଏତିକି ବେଳେ ବୁଲା କୁକୁରମାନେ ତାଙ୍କୁ ଆକ୍ରମଣ କରିଥିଲେ । କୁକୁରଙ୍କ ଆକ୍ରମଣରୁ ବୃଦ୍ଧା ଜଣଙ୍କ ନିଜକୁ ରକ୍ଷା କରିପାରିନଥିଲେ । କୁକୁର ତାଙ୍କ ବେକ, ମୁହଁ, ଶରୀରର ଅନ୍ୟ ସ୍ଥାନକୁ କାମୁଡିବା ଯୋଗୁଁ ଗଭୀର କ୍ଷତ ହୋଇଛି । ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି । ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।

   Related Posts