ସୁନା ଗହଣା ସନ୍ଧାନରେ ସନ୍ଧାନୀ କୁକୁର: ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର

Published By : Prameya-News7 Bureau | May 17, 2020 IST

ବାଙ୍କୀ୧୭/୫: ଗୋଟିଏ ପଟେ ଲକଡାଉନ୍‌ ଅନ୍ୟପଟେ ବଡ଼ ଧରଣର ଡକାୟତି। ଏହି ବଡ଼ ଧରଣର ଡ଼କାୟତି ପୋଲିସ୍‌କୁ ଅଡ଼ୁଆରେ ପକାଇ ଦେଇଛି। ଠିକ୍ ସମୟରେ ପୁଣି ଆଜି ବାଙ୍କୀରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପୁଣି ଗୋଟିଏ ପଞ୍ଚାୟତର ଦୁଇ ଦୁଇଟି ଘଟଣା। ଏହି ଘଟଣା ପୋଲିସର ନିଦ ହଜାଇ ଦେଇଛି। କଟକ ଆରକ୍ଷୀ ଅଧିକାରୀ ଏସଡ଼ି ପିଓ ଓ ପୋଲିସ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ପୁରା ଦମରେ ଚୋରକୁ ଧରିବାରେ ଲାଗିଛନ୍ତି।

ବାଙ୍କୀ ବୈଦେଶ୍ବର ଥାନା ପତନୀ ଛକଠାରେ ଥିବା ଶୁଭମ ଜୁଏଲାରୀ ଦୋକାନ ମାଲିକଙ୍କ ଘରେ ବଡ଼ ଧରଣର ଡକାୟତି । ଗତକାଲି ବିଳମ୍ବିତ ରାତିରେ ୮ ରୁ ୧୦ ଜଣ ଡକାୟତ  ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଘର କବାଟ ଭାଙ୍ଗି ଭୟଭୀତ କରାଇ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା-ରୂପା ଓ ନଗଦ ଟଙ୍କା ଆଦି ଲୁଟ କରିଥିବା ବୈଦେଶ୍ବର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଗତକାଲି ବିଳମ୍ବିତ ରାତିରେ ୮ ରୁ ୧୦ ଜଣ ଦୁର୍ବୃତ୍ତ ବୈଦେଶ୍ବର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ଗ୍ରାମର ଗୋବର୍ଦ୍ଧନ ସାହୁଙ୍କ ଘରର ଗ୍ରୀଲ ଭାଙ୍ଗି ଗୋବର୍ଦ୍ଧନ ଓ ତାଙ୍କ ସ୍ତ୍ରୀ ଓ ଦୁଇ ପୁଅ ବୋହୂ ନାତି ନାତୁଣୀଙ୍କ ମୁଣ୍ଡରେ ବନ୍ଧୁକ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଘରୁ ଲକ୍ଷାଧିକ ଟଙ୍କାର ସୁନା ରୁପା ଗହଣା ଲୁଟ କରିବା ସହିତ ଲକ୍ଷଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।

ପୂର୍ବରୁ ମଧ୍ୟ ଗୋବର୍ଦ୍ଧନ ସାହୁଙ୍କ ଘରେ ଏଭଳି ଚୋରି ହୋଇଥିଲେ ମଧ୍ୟ ଡକାୟତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବା ବେଳେ ପୁନର୍ବାର ପୁଣି ଗୋବର୍ଦ୍ଧନଙ୍କ ଘରୁ ଏକ ବଡ ଧରଣର ଡକାୟତି ହୋଇଛି। ତେବେ ଖବର ପାଇଁ ଘଟଣାସ୍ଥଳରେ ବୈଦେଶ୍ବର ପୋଲିସ କଟକ ଗ୍ରାମାଞ୍ଚଳ ଅତିରିକ୍ତ ଆରକ୍ଷୀ ଅଧିକାରୀଙ୍କ ସମେତ ବାଙ୍କୀ ଆରକ୍ଷୀ ଅଧିକାରୀ ଓ ଡଗ୍ ସ୍କ୍ବାଡ, ଫରନେସିକ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସ ପ୍ରାଥମିକ ତଦନ୍ତରୁ ଏହି  ଡକାୟତି ପଛରେ ଏକ ବଡ ଧରଣର ରାକେଟ କାମ କରୁଥିବା ସନ୍ଦେହ କରାଯାଉଛି । ସମସ୍ତ ଡକାୟତମାନଙ୍କ ବୟସ  ୧୫ ରୁ ୪୨ ବର୍ଷ ମଧ୍ୟରେ ହେବ ବୋଲି କହିଛନ୍ତି କଟକ ଆରଖି ଅଧିକାରୀ । ଖୁବଶୀଘ୍ର ଏହାର ତଦନ୍ତ କରି ଅପରାଧି ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଉକ୍ତ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.