ବଦଳି ଯାଉଛି କୁକୁରଙ୍କ ରଙ୍ଗ: ଚାରି ବର୍ଷ ପୂର୍ବେ ଭାରତରେ ଘଟିଥିଲା ଏପରି ଘଟଣା

Published By : Prameya-News7 Bureau | September 28, 2021 IST

ମସ୍କୋ ୨୮/୦୯ : ଆପଣ ନୀଳ ବର୍ଣ୍ଣ ଶୃଗାଳ କଥା ଶୁଣିଥିବେ। କିନ୍ତୁ କେବେ ନୀଳ ରଙ୍ଗର କୁକୁର କଥା ଶୁଣିଛନ୍ତି ? ହଁ ଏବେ ନୀଳ ରଙ୍ଗର କୁକୁର ଦେଖିବାକୁ ମିଳୁଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଋଷରେ ଏକ ସହରରେ। ଏପରି ନୁହଁ କି ତାଙ୍କ ରଙ୍ଗ ନୀଳ । ଏହା ପୂର୍ବରୁ କୁକୁର ମାନଙ୍କର ଅନ୍ୟ ରଙ୍ଗଥିଲା। କିନ୍ତୁ ଧିରେ ଧିରେ ତାଙ୍କ ରଙ୍ଗ ପରିବର୍ତ୍ତନ ହୋଇ ନୀଳ ହୋଇଯାଇଛି। ଚାରି ବର୍ଷ ପୂର୍ବେ ଭାରତରେ ମଧ୍ୟ ଠିକ ଏହିଭଳି ଘଟଣା ସାମ୍ନାକୁ ଆସିଥିଲା।  

ଋଷ ରାଜଧାନୀ ମସ୍କୋରୁ  ୩୭୦ କିମି ଜେର୍ସିଙ୍ଗ ନାମକ ସହରରେ ଏକ ଅଚଳ କେମିକାଲ କାରଖାନା ରହିଛି।  ଏହି କାରଖାନାରେ ମହଜୁଦ ଥିବା କେମିକାଲ ଯୋଗୁଁ ଏଭଳି ଘଟୁଛି। ଏହି କ୍ଷତିକାରକ କେମିକାଲର ପ୍ରଭାବ କୁକୁରମାନଙ୍କ ଉପରେ ପଡ଼ୁଛି ଯାହାଫଳରେ କୁକୁରମାନଙ୍କ ରଙ୍ଗ ପରିବର୍ତ୍ତନ ହୋଇଯାଉଛି। ଏହି ରିପୋର୍ଟ ସରକାରୀ ମିଡିଆ ସଂସ୍ଥାନର ରିୟା ନୱୋସ୍ତି ପ୍ରସ୍ତୁତ କରିବା ସହ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଏହାକୁ ନେଇ ପ୍ରାଣୀମାନଙ୍କ ପାଇଁ ଥିବା ସଂସ୍ଥା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଦ ମସ୍କୋ ଟାଇମ ଅନୁଯାୟୀ ଏହି କାରଖାନା ପୂର୍ବରୁ ହାଇଡ୍ରୋସାଇନିକ ଏସିଡ, ପ୍ଲେକ୍ସିଗ୍ଲାସ ଉତ୍ପାଦନ କରୁଥିଲା। ସେଥିପାଇଁ ଏଠାରେ ପାଣିରେ ହୀଇଡ୍ରୋଜେନ ସାଇନାଇଡ ମିଶି ଯାଇଛି। ଏହା ଏକ ବହୁତ କ୍ଷତିକାରକ ରସାୟନ।

{"id":519054,"sizeSlug":"full","linkDestination":"none"}

ବୈଜ୍ଞାନିକମାନେ କହିଛନ୍ତି କୁକୁରଙ୍କ ଶରୀରର ରଙ୍ଗ ପରିବର୍ତ୍ତନ କପରସଲ୍ଫେଟ ନାମକ ରସାୟନିକ ପଦାର୍ଥ କାରଣରୁ ହେଉଛି । ଏହି ରସାୟନଟି ବିଭିନ୍ନ ଔଦ୍ୟୋଗିକ କ୍ଷେତ୍ରରେ ବ୍ୟବହାର ହୋଇଥାଏ।  ବର୍ତ୍ତମାନ ସୁଦ୍ଧା  ବୈଜ୍ଞାନିକମାନେ କୁକୁର ନୀଳରଙ୍ଗ ହେବାର ସଠିକ କାରଣ ଖୋଜି ପାଉନାହାନ୍ତି। କିନ୍ତୁ ଏହା କୁକୁରଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଛି।

ହ୍ୟୁମାନ ସୋସାଇଟି ଇଣ୍ଟରନେସନାଲ କମ୍ପାନିୟନ ଅଫ୍ ଏନିମାଲ ସଂସ୍ଥାର ଭାଇସ୍ ପ୍ରେସିଡେଣ୍ଟ କେଲି ଓମାର କହିଛନ୍ତି ଏହା ଏକ ବିଶେଷ ପ୍ରକାର ରଙ୍ଗ ଯାହାର ସିଧା ସଂପର୍କରେ ଆସିବା ଦ୍ୱାରା କୁକୁରମାନଙ୍କର ରଙ୍ଗ ବଦଳି ଯାଉଛି। ଏହାସହ ସେମାନଙ୍କ ଉପରେ ବିଷାକ୍ତ ପ୍ରଭାବ ପଡ଼ୁଛି। ଏହାଦ୍ୱାରା କୁକୁର ଚର୍ମରେ ପୋଡ଼ା ଜଳା, କୁଣ୍ଢାଇହେବା,ଶରୀର ଭିତରେ ରକ୍ତସ୍ରାବ ଇତ୍ୟାଦି ହୋଇଥାଏ। ଯାହାଦ୍ୱାରା ବହୁତ କୁକୁରଙ୍କ ପ୍ରାଣହାନୀ ଘଟିଛି।

{"id":519058,"sizeSlug":"full","linkDestination":"none"}

ରିୟା ନୱୋସ୍ତି କହିଛନ୍ତି ଏବେ ଜେରାସିଂର ସ୍ଥାନୀୟ ପ୍ରଶାସନ ଏହି ନୀଳ ରଙ୍ଗ କୁକୁରମାନଙ୍କର ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସକଙ୍କ ପାଖକୁ ପଠାଇଛନ୍ତି। ଏହି ପ୍ରାଣୀ ଚିକିତ୍ସାଳୟ ଜେରାସିଂ ଠାରୁ ଅଳ୍ପ ଦୁରରେ ଅଛି। କେଲି ଓମାରା କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ସରକାର ଏହି କୁକୁରମାନଙ୍କ ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି। ସେପଟେ କେମିକାଲ କାରଖାନା ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। କେଲି ସ୍ୱୀକାର କରିଛନ୍ତି ଯେ ଏହି ଅଞ୍ଚଳ ବରଫାବୃତ ଅଟେ। ଏଠାରେ କେମିକାଲ ଶୀଘ୍ର ଶେଷ ହୁଏ ନାହିଁ। ସେଠାରେ କୁକୁରମାନେ ବରଫରେ ଖେଳ କୁଦ କରିବା ସହ ବରଫରେ ଗଡ଼ି ଯାଆନ୍ତି। ଯାହା ଫଳରେ ବରଫରେ ଥିବା କେମିକାଲ କୁକୁରଙ୍କ ଦେହରେ ଲାଗି ତାଙ୍କ ଦେହ ନେଳି ହୋଇଯାଉଛି। ସେ ଆହୁରି କହିଛନ୍ତି ଯଦି ଏହିଭଳି ସବୁବେଳେ ହେବ ତେବେ ସହରରେ  ଥିବା ସମସ୍ତ କୁକୁର ନୀଳ ରଙ୍ଗ ହୋଇଯିବେ। ଶେଷରେ ସେ କହିଛନ୍ତି ସହରରେ ଥିବା ସମସ୍ତ ବୁଲା କୁକୁରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବା ଉଚିତ ତା ସହିତ କେମିକାଲ ପ୍ଲାଣ୍ଟରେ ଥିବା ସମସ୍ତ ଅବଶିଷ୍ଟ ପଦାର୍ଥକୁ ପରିଷ୍କାର କରାଯିବା ଆବଶ୍ୟକ।

{"id":519059,"width":821,"height":435,"sizeSlug":"full","linkDestination":"none"}

ଏହା ପୂର୍ବରୁ ୨୦୧୭ ରେ ମୁମ୍ୱାଇ ରେ ଏମିତି ଏକ କୁକୁର ନଜରକୁ ଆସିଥିଲା। କୁକୁରଟି ଏକ ନଦୀରୁ ଗାଧୋଇ ଆସିଥିଲା ଯେଉଁଠି ଏକ କମ୍ପାନୀ ଦ୍ୱାରା ବହୁମାତ୍ରାରେ କ୍ଲୋରାଇଡ ଫିଙ୍ଗା ଯାଉଥିଲା। କିନ୍ତୁ  ପରେ ଏହି କମ୍ପାନୀକୁ ବନ୍ଦ କରିଦିଆଯାଇଥିଲା। ଏହି ଘଟଣା ମୁମ୍ୱାଇ ସ୍ଥିତ ତାଲୋଜା ଶିଳ୍ପାଞ୍ଚଳରେ ଥିବା କଶାଦୀ ନଦୀରେ ହୋଇଥିଲା। ଏହି ଘଟଣା ସେତେବେଳେ ଅଗଷ୍ଟ ମାସରେ ସାମ୍ନାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.