ଘଣ୍ଟାଏରେ ୨୫୦ ଜଣଙ୍କ କରୋନା ପରୀକ୍ଷା : ଟେଷ୍ଟିଙ୍ଗ୍ କୀଟରୁ ଅଧିକ ପ୍ରଭାବଶାଳୀ ପ୍ରମାଣିତ ହେବେ କି କୁକୁର ?

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭/୦୫ : ଶୁଙ୍ଘିକି କରୋନା ସଂକ୍ରମଣ ଚିହ୍ନଟ କରିପାରୁଥିବା କୁକୁରଙ୍କ ଟ୍ରେନିଂ ସମ୍ପୂର୍ଣ ହୋଇସାରିଛି | ବ୍ରିଟେନରେ ଶୁଙ୍ଘିକି କରୋନା ରୋଗୀଙ୍କୁ ଚିହ୍ନଟ କରିବା ପାଇଁ କୁକୁରମାନଙ୍କୁ ଟ୍ରେନିଂ ଦିଆଯାଉଥିଲା | କରୋନା ପଜିଟିଭ ଲକ୍ଷଣ ଚିହ୍ନଟ ପାଇଁ ଖୁବ ଶୀଘ୍ର ଟ୍ରାଏଲ ଆରମ୍ଭ କରାଯିବ | ଏଥିପାଇଁ ବ୍ରିଟେନ ସରକାର ପାଖାପାଖି ସାଢେ ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି | ରିପୋର୍ଟ ଅନୁଯାୟୀ, କରୋନା ଲକ୍ଷଣ ଚିହ୍ନଟ ପାଇଁ କୁକୁରଙ୍କୁ ଦିଆଯାଉଥିବା ପ୍ରଶିକ୍ଷଣରେ ସଫଳତା ହାସଲ ହେଲେ ଗବେଷଣା ଦୁନିଆରେ ଏହାକୁ ଐତିହାସିକ ପଦକ୍ଷେପ ବୋଲି ଗ୍ରହଣ କରାଯିବ | ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରାପିକାଲ ମେଡ଼ିସିନ, ଚାରିଟି ମେଡିକାଲ ଡିଟେକ୍ସନ ଡ୍ରଗ୍ସ ଏବଂ ଦରହମ ୟୁନିଭର୍ସିଟି ଅଧିକାରୀଙ୍କ ହାତରେ ଏହି ପରୀକ୍ଷଣର କମାଣ୍ଡ ରହିବ | ଏଲଏସଏଚଟିଏମର ପ୍ରଫେସର ଜେମ୍ସ ଲୋଗନ ଏହି ଟ୍ରାଏଲକୁ ନେଇ ଆଶାବାଦୀ ଅଛନ୍ତି | ଗବେଷକ ଦାବି କରିଛନ୍ତି ଯେ, ଯଦି ଏହି ପରୀକ୍ଷଣରେ ସଫଳତା ହାସଲ ହୁଏ ତାହେଲେ ଘଣ୍ଟାଏରେ ପାଖାପାଖି ୨୫୦ ଲୋକଙ୍କ ମଧ୍ୟରେ ସଂକ୍ରମଣ ଚିହ୍ନଟ କରାଯାଇପାରିବ | ଯେଉଁ ଲୋକଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହେବନାହିଁ କୁକୁରମାନେ ସେଠାରେ ମଧ୍ୟ ନିଜର ଚମତ୍କାର ଦେଖାଇ ପାରିବେ |

{"id":271205,"width":584,"height":431,"sizeSlug":"large"}

ଯଦି ଦେଖାଯାଏ, ତାହେଲେ କରୋନା ଚିହ୍ନଟ କରିବାରେ କୁକୁରମାନେ କରୋନା ପରୀକ୍ଷଣ କୀଟରୁ ଅଧିକ ଗତିଶୀଳ ହୋଇପାରନ୍ତି | ସାଧାରଣତଃ ଲ୍ୟାବରେ ଗୋଟିଏ କରୋନା ପରୀକ୍ଷଣରେ ପାଖାପାଖି ୫ ରୁ ୬ ଘଣ୍ଟା ସମୟ ଲାଗିଥାଏ | ବାକିତକ ପ୍ରୋସେସ ପୁରା ହୋଇ ରିପୋର୍ଟ ଆସିବାକୁ ଆହୁରି ସମୟ ଲାଗିଥାଏ |

{"id":271209,"sizeSlug":"large"}

କୁକୁରଙ୍କ ଘ୍ରାଣ ଶକ୍ତି ମନୁଷ୍ୟ ତୁଳନାରେ ୧୦ ହଜାର ଗୁଣ ଅଧିକ | ଲେବ୍ରଡୋର୍ଶ ଓ କୁକର ସ୍ପେନିୟଲ୍ସ ଭଳି କୁକୁରଙ୍କ ବିଶେଷ ପ୍ରଜାତି ପୂର୍ବରୁ କ୍ୟାନସର, ମ୍ୟାଲେରିଆ ଏବଂ ପାର୍କିନ୍ସନ ଭଳି ରୋଗକୁ ମନୁଷ୍ୟ ଶରୀରରେ ଚିହ୍ନଟ କରିବା କାମ ପୂର୍ବରୁ କରିସାରିଛନ୍ତି |

{"id":271206,"width":581,"height":437,"sizeSlug":"large"}

ଦରହମ ୟୁନିଭର୍ସିଟିର ପ୍ରଫେସର ଷ୍ଟିଭ ଲିଂଡ଼ସେ କହିଛନ୍ତି ଯେ, କରୋନା ଭାଇରସ ପୁଣିଥରେ ବାହାରିବାରୁ ରୋକିବା ପାଇଁ କୁକୁରମାନେ ଲଭଦାୟୀ ପ୍ରମାଣିତ ହୋଇପାରନ୍ତି | ଚିହ୍ନଟ ପାଇଁ କୁକୁରଙ୍କୁ ବିମାନବନ୍ଦର, ରେଳ ଷ୍ଟେସନ ଭଳି ସମ୍ବେଦନଶୀଳ ଜାଗାରେ ନିୟୋଜିତ କରାଯାଇଥାଏ | ଡ୍ରଗ୍ସ ଓ ବିସ୍ଫୋରଣ ସାମଗ୍ରୀକୁ ଶୁଙ୍ଘି ପତା କରିବାର କ୍ଷମତା କୁକୁରମାନଙ୍କ ମଧ୍ୟରେ ଥାଏ |

{"id":271207,"width":576,"height":671,"sizeSlug":"large"}

ଶ୍ୱାସ କ୍ରିୟା ସହ ଜଡିତ କିଛି ରୋଗ ନିଜର ଦୁର୍ଗନ୍ଧ ପରିବର୍ତ୍ତନ ମଧ୍ୟ କରିଥାନ୍ତି | ସେଥିପାଇଁ ଏହି ପରୀକ୍ଷଣ କୁକୁରମାନଙ୍କ ପାଇଁ କୌଣସି ଚେତାବନୀରୁ କମ ନୁହେଁ | ତେବେ କୁକୁରଙ୍କ ନାକରୁ ବର୍ତ୍ତିବା ଭାଇରସ ପାଇଁ ମଧ୍ୟ ସହଜ କଥା ନୁହେଁ | ଏକ ଗବେଷଣାରୁ ଜଣାପଡିଛି ଯେ, ଗନ୍ଧ ବାରିବାରେ କୁକୁରଙ୍କ ନାକ ଏତେ ପ୍ରଭାବଶାଳୀ ଯେ ଯଦି ଆପଣ ଅଲମ୍ପିକ ସାଇଜ ସୁଇମିଙ୍ଗ ପୁଲରେ ଗୋଟିଏ ଚାମଚ ଚିନି ପକାଇ ଦିଅନ୍ତି ତାହେଲେ କୁକୁର ଅତି ସହଜରେ ତାକୁ ମଧ୍ୟ ପତା କରିପାରନ୍ତି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.