ଟେଷ୍ଟ୍ କିଟ୍ ଭଳି କୁକୁରମାନେ ବି ଚିହ୍ନଟ କରିପାରିବେ କରୋନା ରୋଗୀଙ୍କୁ : ଦାବି କଲେ ବରିଷ୍ଠ ସେନା ଅଧିକାରୀ

Published By : Prameya-News7 Bureau | April 23, 2020 IST

ନୂଆଦିଲ୍ଲୀ ୨୩/୪: ଭାରତରେ ଲଗାତାର ବଢ଼ୁଥିବା ଭାଇରସ୍ ସଂକ୍ରମଣର ମାମଲାକୁ ଦେଖି ଲୋକଙ୍କ ସ୍କ୍ରିନିଂରେ ନୂଆ ନୂଆ ଉପାୟ ଅବଲମ୍ବନ କରିବାର ବିଚାର କରାଯାଉଛି। ନିକଟରେ ସାମନାକୁ ଆସିଥିବା ଖବର ଅନୁସାରେ ‘ମେଡିକାଲ୍ ଡିଟେକ୍ସନ୍ ଡ୍ରଗ୍ସ’କୁ କୋଭିଡ-୧୯ ରୋଗୀଙ୍କ ସ୍କ୍ରିନିଂରେ ବ୍ୟବହାର କରାଯାଇପାରିବ। ଏହି ଯୁକ୍ତି ଗୃହ ମନ୍ତ୍ରଣାଳୟ ସହ ସ୍ନିକର ଡଗ୍ ବିଭାଗ ସହ ଜଡ଼ିତ ଜଣେ ପଶୁ ଚିକିତ୍ସକ ରଖିଛନ୍ତି। ଭାରତରେ ମହାମାରୀର ୨୦ହଜାର ମାମଲା ସାମନାକୁ ଆସିବା ପରେ ପୋଲିସ୍ କେ9 ସେଲରେ କନସଲ୍ଟିଂ ଡାଇରେକ୍ଟର କର୍ଣ୍ଣଲ୍ ପିକେ ଚୁଙ୍ଗ୍ ସଂକ୍ରମିତ ଲୋକଙ୍କ ଚିହ୍ନଟ ମେଡିକାଲ୍ ଡିଟେକ୍ସନ୍ ଡଗ୍ସଙ୍କ ବ୍ୟବହାର ଉପରେ ଜୋର ଦେଇଛନ୍ତି।

କର୍ଣ୍ଣଲ୍ ଚୁଙ୍ଗ୍ ଏବିଷୟରେ କହିଛନ୍ତି,‘ ମେଡିକାଲ୍ ଡିଟେକ୍ସନ୍ ଡଗ୍ସଙ୍କ ସହାୟତାରେ ଅସୁସ୍ଥ ଲୋକଙ୍କ ଚିହ୍ନଟ କରାଯାଇପାରିବ। ଲୋକେ ଏହା ଜାଣନ୍ତି ଯେ କୁକୁର ବିସ୍ଫୋରକ ଏବଂ ଡ୍ରଗ୍ସ ଖୋଜିବାରେ ବିଚକ୍ଷଣ ହୋଇଥାନ୍ତି କିନ୍ତୁ ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ​ ଯେ କୁକୁରଙ୍କ ଅନ୍ୟାନ୍ୟ କାମରେ ମଧ୍ୟ ବ୍ୟବହାର କରିହେବ। ଏଥିରେ ମେଡିକାଲ୍ ଡିଟେକ୍ସନ୍ ମଧ୍ୟ ସାମିଲ ରହିଛି ଏବଂ ଏବିଷୟରେ ଯଥେଷ୍ଟ ଗବେଷଣା କରାଯାଇଛି। ବିଦେଶରେ ଏହାର ବ୍ୟବହାର ବିଭିନ୍ନ ପ୍ରକାରର କ୍ୟାନ୍ସରର ଚିହ୍ନଟରେ ମଧ୍ୟ ହୋଇଥାଏ।

 କର୍ଣ୍ଣଲ୍ ଚୁଙ୍ଗଙ୍କୁ ମିଲିଟ୍ରି ଏବଂ ପୋଲିସରେ କୁକୁରଙ୍କୁ ଟ୍ରେନିଂ ଦେବାର ୨୬ବର୍ଷରୁ ମଧ୍ୟ ଅଧିକ ଅନୁଭବ ରହିଛି। ସଲାଇଭା,ରକ୍ତ ଏବଂ ୟୁରିନ୍ ସାମ୍ପଲ୍ ନିଆଯାଇଥାଏ ଏବଂ ଏଗୁଡ଼ିକର ଆଧାରରେ କୌଣସି ବିଶେଷ ରୋଗ ସମ୍ବନ୍ଧରେ ପଶୁ କହି ଦେଇଥାଏ ଯେ ବ୍ୟକ୍ତି ସଂକ୍ରମିତ କିମ୍ବା ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.