Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୨୨ କୋଭିଡ୍ ସଂକ୍ରମିତ, ୩୩୩୫୬୬ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର
  • ||
  • ଯାଜପୁର : ରାସ୍ତା ପାର ହେଉଥିବା ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ବୃଦ୍ଧାଙ୍କ ଜୀବନ
  • ||

‘ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ’ : ସୁଧୁରିଲାନି ଚୀନ୍, କରୋନା ପରେ ଏବେ ପୁଣି ବସିଛି କୁକୁର ମାଂସ ବଜାର

24/06/2020 at 11:21 AM

ବେଜିଙ୍ଗ ୨୪/୦୬ : ସାରା ଦୁନିଆରେ ମାରାତ୍ମକ ମହାମାରୀ କରୋନା ବିସ୍ତାର କରିଥିବା ଯୋଗୁ ଦୁନିଆର ଅନେକ ଦେଶ ଚୀନକୁ ଦାୟୀ କରିଛନ୍ତି | ଚୀନରେ ବନ୍ୟଜନ୍ତୁଙ୍କ ମାଂସ ଖାଇବାରୁ କରିଣ ମହାମାରୀ ବିସ୍ତାର କରିଥିବା ଅଭିଯୋଗ ହୋଇଛି | ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ଗଲାଣି | ତଥାପି ଜୀବଜନ୍ତୁଙ୍କୁ ମାରିକି ଖାଇବା ସଉକ ଚୀନର ଯାଇନାହିଁ | ଗତବର୍ଷ ବୁହାନରେ ବାଦୁଡ଼ିରୁ କରୋନା ଭଳି ମହାମାରୀ ବ୍ୟାପିଥିବା ସତ୍ତ୍ୱେ ବର୍ତ୍ତମାନ ୟୁଲିନ ସହରରେ କୁକୁରଙ୍କ ବଜାର ବସିଛି | ଏଠାରେ ୧୦ ଦିନ ପର୍ଯ୍ୟନ୍ତ ଏହି ପର୍ବ ଚାଲିବ ଯେଉଁଠାରେ ଲୋକେ କୁକୁର ମାଂସ ଖାଇଥାନ୍ତି | ଏହି ପର୍ବ ପାଇଁ ହଜାର ହଜାର କୁକୁରଙ୍କୁ ମାରି ଦିଆଯାଇଥାଏ | ଏହି ପର୍ବକୁ ଚୀନବସି ଡଗ ମିଟ ଫେଷ୍ଟିଭାଲ କୁହନ୍ତି |

ସରକାରଙ୍କ ବନ୍ୟଜନ୍ତୁ ତଥା ଗୃହପାଳିତ ପଶୁଙ୍କ ଭକ୍ଷଣକୁ ହତୋତ୍ସାହିତ କରୁଥିବା ଅଭିଯାନ ସତ୍ତ୍ୱେ ଏହି ମେଳା ଆୟୋଜନ କରାଯାଇଛି | ଏଠାରେ କୁକୁରଙ୍କ ପ୍ରତି ଅତ୍ୟାଚାର ହେବା ସହ ଲୋକଙ୍କ ଭିଡ ଯୋଗୁଁ ପୁଣି କରୋନା ସଂକ୍ରମଣ ବ୍ୟାପିବାର ବିପଦ ମଧ୍ୟ ରହିଛି | ମେଳା ଆୟୋଜକ କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମରେ ଲୋକଙ୍କ ସଂଖ୍ୟା କମ ରଖାଯାଇଛି |

ଅପରପକ୍ଷରେ ଜୀବଜନ୍ତୁ ଭକ୍ଷଣ ନେଇ ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ନିୟମକୁ ଦୃଷ୍ଟିରେ ରଖି ପଶୁ ଅଧିକାର କାର୍ଯ୍ୟକର୍ତ୍ତା ଆଶା କରିଛନ୍ତି ଯେ ୟୁଲିନ ସହରରେ ଚାଲିଥିବା ଡଗ ମିଟ ଫେଷ୍ଟିଭାଲ ଶେଷ ଫେଷ୍ଟିଭାଲ ହେବ | ସେ କହିଛନ୍ତି ଯେ ଭବିଷ୍ୟତରେ କରୋନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ନା କେବଳ ପଶୁ ବରଂ ନିଜ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଚୀନ ଲୋକଙ୍କୁ ନିଜର ଖାଦ୍ୟପେୟ ପ୍ରତି ଦୃଷ୍ଟି ଦେବାକୁ ହେବ ଏବଂ ଅଭ୍ୟାସ ପରିବର୍ତ୍ତନ କରିବାକୁ ହେବ |

ବୁହାନରେ କରୋନା ସଂକ୍ରମଣ ବ୍ୟାପିବା ପରେ ଚୀନ ସରକାରଙ୍କ ଉପରେ ବନ୍ୟଜନ୍ତୁ ବ୍ୟବସାୟ ବନ୍ଦ କରିବା ଏବଂ ଗୃହପାଳିତ ପଶୁଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାକୁ ଦାବି ହୋଇଛି | ସେଥିପାଇଁ ଚଳିତ ବର୍ଷ ଫେବୃଆରୀ ମାସରେ ଜଙ୍ଗଲୀ ପଶୁଙ୍କ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ | ବନ୍ୟଜନ୍ତୁଙ୍କ ବିକ୍ରି-ଚାଲାଣକୁ ନେଇ ବିରୋଧ କାରଣରୁ ଏପ୍ରିଲ ମାସରେ ଶେନଜେନ୍ ସହରରେ କୁକୁର ମାଂସ ଖାଇବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା | ଚୀନ କୃଷି ମନ୍ତ୍ରାଳୟ ବର୍ତ୍ତମାନ କୁକୁରଙ୍କୁ ଗୃହପାଳିତ ପଶୁ ଶ୍ରେଣୀ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି | ତେବେ ଏହି ନିର୍ଣ୍ଣୟ ୟୁଲିନରେ ଚାଲିଥିବା ମେଳା ଉପରେ କେତେ ପ୍ରଭାବ ପକାଇବା ତାହା ସ୍ପଷ୍ଟ ହୋଇନାହିଁ |

ଅଧ୍ୟୟନ ଅନୁଯାୟୀ, ଚୀନର ବୁହାନରୁ ହିଁ କରୋନା ଭାଇରସ ସାରା ଦୁନିଆରେ ବ୍ୟାପିଛି | ସେଠାରେ ବାଦୁଡ଼ି ଖାଇଥିବା ଯୋଗୁଁ କରୋନା ଭଳି ଭୟାବହ ମହାମାରୀ ପ୍ରବେଶ କରିଥିଲା | ଏହାପରେ ସଂକ୍ରମଣ ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ଶରୀରକୁ ସଂକ୍ରମିତ କରିଥିଲା ଏବଂ ଏହିଭଳି ସାରା ଦୁନିଆରେ କାୟା ବିସ୍ତାର କରିଥିଲା |

   Related Posts