ନାଗକୁ ମାରି କୁକୁରର ମୃତ୍ୟୁ

Published By : Prameya-News7 Bureau | December 20, 2019 IST

ବ୍ରହ୍ମପୁର ୨୦।୧୨ - ନାଗ ସହ ଲଢ଼େଇ କଲା ଏକ କୁକୁର । ହେଲେ ନିଜ ଜୀବନ ବଞ୍ଚାଇ ପାରିଲାନି । ବିଶ୍ବସନୀୟତାର ପ୍ରମାଣ ଦେଇ ଶେଷରେ ଜୀବନ ହାରିଛି ଏକ କୁକୁର । ଘଟଣାଟି ଘଟିଛି ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ରଣ୍ଢା ବଜାରରେ ।

{"id":200291,"sizeSlug":"large"}

 ଶୁକ୍ରବାର ମଧ୍ଯାହ୍ନ ସମୟରେ ଏକ ବିରାଟକାୟ ନାଗ, ପଞ୍ଚମା ରୋଡରେ ଥିବା ସନ୍ଦୀପ ମୋବାଇଲ ଦୋକାନ ଭିତରକୁ ପଶିବାକୁ ଚେଷ୍ଟା କରିଥିଲା । ଏହା ଦେଖିବା ପରେ କୁକୁରଟି  ସାପକୁ ଆକ୍ରମଣ କରିଥିଲା । ୧ ଘଣ୍ଟା କାଳ ଚାଲିଲା ସାପ ଏବଂ କୁକୁର ମଧ୍ୟରେ ଲଢ଼େଇ ।

{"id":200292,"sizeSlug":"large"}

ସାପଟିର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ, ଶେଷରେ ନିଜ ଜୀବନକୁ ମଧ୍ୟ ହରାଇଦେଲା କୁକୁର, କୁକୁରର ଲଢେଇ ଏବଂ ଶେଷରେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ କୁକୁର ପ୍ରତି ସମବେଦନା ଜଣାଇଛନ୍ତି । ସ୍ଥାନୀୟ ବାସିନ୍ଦା କୁକୁର ଶବକୁ ଦାହ କରିଥିଲେ ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.