ଯୁବତୀଙ୍କ ବଡିଗାର୍ଡ ବନିବା ସହ ହାଣ୍ଡବ୍ୟାଗ ଧରି ପଛେ ପଛେ ଚାଲୁଛି କୁକୁର, ସୋସିଆଲ୍ ମିଡିଆରେ ପ୍ରଶଂସା ସାଉଁଟୁଛି କୁକୁର
13/10/2019 at 6:32 PM

କୁକୁର ମଣିଷର ସବୁଠାରୁ ଭଲ ବନ୍ଧୁ । ମଣିଷ କାହା ସହ ବିଶ୍ୱାସଘାତକତା କରିପାରେ ମାତ୍ର କୁକୁର ନୁହେଁ ଏଥିପାଇଁ ତାକୁ ନମକ ହଲାଲା ବା ସବୁଠାରୁ ବିଶ୍ୱସ୍ତ ବୋଲି କୁହାଯାଇଥାଏ ।
ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମ ବା ସୋସିଆଲ୍ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଗୋଟିଏ ପୋଷା କୁକୁର ନିଜ ମାଲିକାଣୀଙ୍କର ବଡିଗାର୍ଡ ବା ସୁରକ୍ଷା ରେ ନିୟୋଜିତ ଥିବା ବେଳେ ବ୍ୟାଗ୍କୁ ଦାନ୍ତରେ କାମୁଡି ପଛରେ ଚାଲିଛି ।
ଏହି ଯୁବତୀ ଜଣଙ୍କ ଏକ ବିଲ୍ଡିଂରୁ ବାହାରୁଛନ୍ତି। କୁକୁର ତାଙ୍କ ପଛେ ପଛେ ଆସୁଛି । ତା ମୁହଁରେ ଏକ ହ୍ୟାଣ୍ଡ ବ୍ୟାଗ ରହିଛି ।
ସୋସିଆଲ୍ ମିଡିଆରେ ଏହି ଭିଡିଓକୁ ବହୁ ମାତ୍ରାରେ ପସନ୍ଦକରାଯାଉଥିବା ବେଳେ ସେୟାର କରାଯାଉଛି। ଏଥିରେ ଅନେକ ସକରାତ୍ମକ ମନ୍ତବ୍ୟ ଦିଆଯାଇଛି ।