ହଜିଗଲା ମାନବିକତା, ନିଷ୍ଠୁର ସାଜିଲା ମଣିଷ, ଘରେ ପଶି ଯାଇଥିବା କୁକୁରକୁ ମାରିଲା ତୀର

Published By : Prameya-News7 Bureau | May 28, 2021 IST

ସୋର, ୨୮/୦୫: କରୋନା ପାଇଁ ଲକ୍ ଡାଉନ୍- ସଟ୍ ଡାଉନ୍‌ରେ ବୁଲା ପଶୁ ମାନେ ଖାଇବାକୁ ପାଉନଥିବା ବେଳେ ପୁଣି ଦାଉ ସାଜିଛି ବାତ୍ୟା ୟାସ୍ । ବାତ୍ୟା ପରେ ଖାଇବାକୁ ନପାଇ ଜଣକ ଘରେ ପଶି ଯାଇଥିବା ବେଳେ ନିଷ୍ଠୁର ମଣିଷ କୁକୁରଟିକୁ ତୀର ମାରି ଆହାତ କରିଛି । ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ନୁଆପଡା ଗାଁରେ ।

ନୁଆପଡା ଗାଁରେ ଗୋଟିଏ କୁକୁର ବାତ୍ୟା ପରେ ଖାଇବାକୁ ନପାଇ ଜଣକ ଘରେ ଘରେ ପଶି ଯାଇଥିଲା । ଘର ମାଲିକ ଉତ୍ତ୍ୟକ୍ତ ହୋଇ କୁକୁରଟିକୁ ତୀର ମାରି ଆହାତ କରିଦେଇଥିଲେ । ଅହାତ କୁକୁରଟି ରାସ୍ତାରେ ବିକଳ ହୋଇ ବୁଲୁଥିବା ବେଳେ କିଛି ସହୃଦୟ ଯୁବକ କୁକୁରଟିକୁ ଡାକ୍ତରଖାନା ନେଇ ଅପରେସନ କରି ତୀରଟିକୁ ବାହାର କରି ଚିକିତ୍ସା କରିବା ପରେ କୁକୁରଟି ସୁସ୍ଥ ଥିବା ଜଣାପଡିଛି । ଦିନକୁ ଦିନ ମଣିଷ ନିଷ୍ଠୁର ସାଜୁଥିବା ବେଳେ ଏଭଳି କିଛି ସହୃଦୟ ଯୁବକଙ୍କ ପାଇଁ ମାନବିକତା ଏବେ ବଞ୍ଚିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.