Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

‘ବେସନ’ କହି ବିକ୍ରି କଲେ କୁକୁର ଖାଦ୍ୟ ! ଲୋକେ ଅସୁସ୍ଥ, ବ୍ୟବସାୟୀଙ୍କ ନାଁରେ ଏତଲା

4/07/2020 at 11:45 AM

ନିଶ୍ଚିନ୍ତକୋଇଲି ୦୪।୦୭: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ନାହାଳପୁର ଗ୍ରାମରେ ଆମେରିକାରେ ତିଆରି କୁକୁରଙ୍କ ନିମନ୍ତେ ଉଦ୍ଦିଷ୍ଟ ଖାଦ୍ୟକୁ ‘ବେସନ’ କହି ଲୋକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । କିଛି ଲୋକ ଜାଣିନପାରି ଏହାକୁ ଖାଇ ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ଉଠିବା ପରେ ସ୍ଥାନୀୟ ଅଞ୍ଚଳରେ ଏନେଇ ଉତ୍ତେଜନା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ନେମାଳ ଥାନାରେ ଲିଖିତ ଅଭିଯୋଗ ବି ହୋଇଛି ।

ନାହାଳପୁର ଗ୍ରାମର ଅବସରପ୍ରାପ୍ତ ସେନା ଅଧିକାରୀ ଧନେଶ୍ୱର ଦାଶ ଏବଂ ପ୍ରଭାତ କୁମାର ଦାଶଙ୍କ ଅଭିଯୋଗ ଅନୁଯାୟୀ, ନାହାଳପୁର ବଜାରରେ ଥିବା ଏକ ତେଜରାତି ଦୋକାନରେ ଆମେରିକାରେ ପ୍ରସ୍ତୁତ କୁକୁରଙ୍କ ନିମନ୍ତେ ଉଦ୍ଦିଷ୍ଟ ଖାଦ୍ୟ ପ୍ୟାକେଟକୁ ବେସନ ବୋଲି କହି ଲୋକଙ୍କୁ ବିକ୍ରି କରାଯାଇଛି । ଏହାକୁ କିଣି ଖାଇବା ପରେ କିଛି ଲୋକଙ୍କର ବାନ୍ତି ହୋଇଛି । ଆମେରିକାରେ ତିଆରି ଏହି କୁକୁର ଖାଦ୍ୟକୁ ଦୋକାନୀ କିପରି ଆଣି ଏଠାରେ ବିକ୍ରି କରୁଛନ୍ତି ତାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ନରେନ୍ଦ୍ରପୁର ଫାଣ୍ଡିରେ ଏତଲା ଦେବାକୁ ଯାଇଥିବାବେଳେ ଫାଣ୍ଡି ଅଧିକାରୀ ପ୍ରସନ୍ନ କୁମାର ମାହାଳି ଏତଲା ରଖିନଥିବାରୁ ଅଭିଯୋଗକାରୀ ନେମାଳ ଥାନାରେ ଏତଲା ଦେଇଥିଲେ । ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି ।

   Related Posts