Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

କୁକୁର ଖାଉଛି ମଣିଷ କଙ୍କାଳ

2/01/2020 at 2:33 PM

ନବରଙ୍ଗପୁର ୦୨।୦୧: ନବରଙ୍ଗପୁର ସହର ନିକଟ କୁସୁମଝର ଡ୍ୟାମର ବିପରୀତ ଦିଗରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି  । ଗୋଟିଏ ଗଳିତ ଶବକୁ  କୁକୁର ମାନେ ଝୁଣି ଖାଉଥିବା ଦେଖିବାକୁ ମିଳିଛି  ।  ଶବଟି କାହାର ତାହା ଜଣାପଡିନି, ତେବେ ଏହା କୌଣସି ଯୁବତୀର ବୋଲି ସନ୍ଦେହ କରାଯାଉଛି ।  । ସ୍ଥାନୀୟ ଚୁଟିଆ ଗୁଡା ଗାଁ ୱାର୍ଡମେମ୍ବର୍ ଏ ସମ୍ପର୍କରେ ଜାଣିବା ପରେ ପୋଲିସକୁ ସୂଚନା ଦେଇଥିଲେ ।  ୨୦ ରୁ ୨୫ ଦିନ ତଳେ ମୃତ୍ୟୁ ହୋଇଥିବା ଜଣାପଡୁଛି । ଶବଟି ସମ୍ପୁର୍ଣ୍ଣ ଭାବେ ପଚି ଯାଇଥିବା ବେଳେ କେବଳ ହାଡ଼ କଙ୍କାଳ ପଡ଼ିରହିଛି ।  ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବର୍ଷାଦିନେ ଡ୍ୟାମ ପାଣି ଭରି ରହିଥିବାବେଳେ ଏବେ ପାଣି ଶୁଖିବା ପରେ ଶବଟି ଦେଖିବାକୁ ମିଳିଛି  । ତେବେ କେମିତି ଓ କିପରି ଭାବରେ ମୃତଦେହଟି ଏଠାକୁ ଆସିଲା । ଡ୍ୟାମ୍‌ରେ ବୁଡି ମରିଛନ୍ତି କି କିଏ ମାରିକି ଏଠାରେ ଫିଙ୍ଗିଦେଇଛି ତାହାର ଖୋଳତାଡ ଜାରି ରଖିଛି ପୋଲିସ

   Related Posts