ଘାତକ ହେଉଛି କରୋନା : ପୋଷା କୁକୁର ଶରୀରରେ ଠାବ ହେଲା କୋଭିଡ୍ ୧୯ ଭାଇରସ, ଚିନ୍ତାରେ ଗବେଷକ

Published By : Prameya-News7 Bureau | November 11, 2021 IST

ନୂଆଦିଲ୍ଲୀ,୧୧/୧୧:   ବ୍ରିଟେନରେ କରୋନା ଆକ୍ରାନ୍ତ ହେଲା ପୋଷା କୁକୁର । ଯାହାକୁ ନେଇ ଏବେ ବ୍ରିଟେନରେ ଚିନ୍ତା ବଢିଛି । ଏହାପୂର୍ବରୁ ବିଶ୍ୱର ଅନ୍ୟ ଦେଶରେ ବି ଭିନ୍ନ ଭିନ୍ନ ପଶୁଙ୍କୁ କରୋନା ହୋଇଥିବା କଥା ଜଣାପଡିଥିଲା । କୁକୁର କେମିତି କରୋନା ଆକ୍ରାନ୍ତ ହେଲା ସେନେଇ ଅନୁସନ୍ଧାନ ଜାରି ରହିଛି । ପୂର୍ବରୁ ଅନ୍ୟ ପଶୁମାନହ୍କୁ ମଧ୍ୟ କରୋନା ହୋଇଥିବା ଜଣାପଡିଥିଲା । ଏବେ ପୋଷା କୁକୁରକୁ କରୋନା ହେବା ପରେ ଚିନ୍ତା ବଢିଛି ।

ଦିନକୁ ଦିନ ରୂପ ବଦଳାଉଛି କରୋନା । ପ୍ରଥମେ ଏହା ବାଦୁଡିଙ୍କଠୁ ମଣିଷଙ୍କୁ ଆସିଥିବା କୁହାଯାଇଥିଲା । ଯାହା ଚୀନର ଉହାନ ପ୍ରାନ୍ତରୁ ସାରା ବିଶ୍ୱକୁ ବ୍ୟାପିଥିଲା । ଲକ୍ଷ ଲକ୍ଷ ଲୋକେ ଜୀବନ ହାରିଥିଲେ । ଏବେ ସଂକ୍ରମଣରେ ସାମାନ୍ୟ ସୁଧାର ଆସିଥିଲେ ବି ଭାଇରସର ନୂଆ ରୂପ ଚିନ୍ତା ବଢାଇ ଦେଇଛି । ମଣିଷଙ୍କ ପରେ ଗୃହ ପାଳିକ ପଶୁଙ୍କୁ ଆକ୍ରନ୍ତ କରିଛି କରୋନା । ବ୍ରିଟେନରେ ଏକ ପୋଷା କୁକୁରଠାରେ ଘାତକ ଭାଇରାସ ଚିହ୍ନଟ ହେଲା ପରେ ଚିନ୍ତା ବଢି ଯାଇଛି ।

କିଛିଦିନ ତଳେ ଆମେରିକାର ଉତ୍ତର କେରୋଲିନାରେ ଏକ ପୋଷା କୁକୁର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଗବେଷକଙ୍କ କହିବାନୁସାରେ, ଏହା ଆମେରିକାର ପ୍ରଥମ କୁକୁର ଯିଏ କି କରୋନା ସଂକ୍ରମିତ ହୋଇଥିଲା । ଏହି କୁକୁରଟି ମ୍ୟାକକ୍ଲେନ ପରିବାରର ସଦସ୍ୟଥିଲା । ଏହି ପରିବାରର ତିନିଜଣ ସଦସ୍ୟ ସେମ୍ ମ୍ୟାକକ୍ଲେନ୍, ପତ୍ନୀ ହୀଥର ଓ ତାଙ୍କ ପୁଅ ବେନ୍ ଗତ ମାସରେ କରୋନା ସମ୍ବନ୍ଧୀୟ ଏକ ଗବେଷଣାରେ ସାମିଲ ହୋଇଥିଲେ । ପରିବାର ଲୋକେ ନିଜ କୁକୁରର ଟେଷ୍ଟ୍ କରିଥିଲେ । ଏହାପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ପୋଷା କୁକୁରଟି ସଂକ୍ରମିତ ହେବା ପରେ ଗବେଷକଙ୍କ ଚିନ୍ତା ବଢିଥିଲା ।

ପୂର୍ବରୁ ନ୍ୟୁୟର୍କରେ ୨ଟି ପୋଷା ବିଲେଇ ଓ ହଙ୍ଗକଙ୍ଗର ଗୋଟିଏ ପୋଷା କୁକୁର ଉପରେ ଟେଷ୍ଟ୍ କରାଯାଇଥିଲା । ଯାହାର ରିପୋର୍ଟ ପଜିଟିଭ୍ ଆସିଥିଲା । ହଙ୍ଗକଙ୍ଗର କୁକୁର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାକୁ ହସ୍ପିଟାଲରେ ୧୪ ଦିନ ପାଇଁ ଆଇସୋଲେସନରେ ରଖାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.