ମନ୍ଦିର ବାହାରେ ବସି ଲୋକଙ୍କୁ ଆଶୀର୍ବାଦ ଦେଉଛି କୁକୁର, ଭାଇରାଲ୍ ହେଉଛି ଭିଡିଓ
15/01/2021 at 7:45 PM

ମୁମ୍ବାଇ ୧୫/୦୧ : ବିଭିନ୍ନ ମନ୍ଦିର ସାମ୍ନାରେ ଲୋକଙ୍କୁ ହାତୀ ଆଶୀର୍ବାଦ ଦେଉଥିବା ଆପଣ ଦେଖିଥିବେ। କିନ୍ତୁ କେବେ କେଉଁ କୁକୁର କାହାକୁ ଆଶୀର୍ବାଦ ଦେବା ଦେଖିଛନ୍ତି କି ? ଶୁଣିକି ଅଡୁଆ ଲାଗୁଥିବ ନିଶ୍ଚୟ କିନ୍ତୁ ସତ କଥା। ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଲୋକେ ମନ୍ଦିର ବାହାରୁ କୁକୁରଠୁ ଆଶୀର୍ବାଦ ନେଉଛନ୍ତି।

ଏହି ଭିଡିଓରେ ଏକ କୁକୁର ମହାରାଷ୍ଟ୍ର ସିଦ୍ଧିବିନାୟକ ମନ୍ଦିର ବାହାରେ ବସିଛି। ଭଗବାନଙ୍କ ଦର୍ଶନ କରି ଫେରୁଥିବା ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଉଥିବା ନଜର ଆସିଛି। ଏହି ଭିଡିଓକୁ ଜଣେ ୟୁଜର୍ସ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଛନ୍ତି। ଭିଡିଓ ଅପଲୋଡ଼ ହେବାପରେ ଖୁବ ଭାଇରାଲ ହେଉଛି।

କୁକୁର କେବଳ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଉନି ବରଂ ଭକ୍ତଙ୍କ ସହ ହାତ ମଧ୍ୟ ମିଳାଉଥିବା ମଧ୍ୟ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ମନ୍ଦିରରୁ ବାହାରି କୁକୁର ସାମ୍ନାରେ ମୁଣ୍ଡ ନିଆଇଁଥିବା ଦେଖିବାକୁ ମିଳିଛି।
କୁକୁର ସେହି ବ୍ୟକ୍ତି ଜଣକୁ ଆଶୀର୍ବାଦ ଦେଇ ବ୍ୟକ୍ତିଙ୍କ ଇସାରାର ଜବାବ ଦେଇଥାଏ। ଏହି ଭିଡିଓକୁ ଲୋକେ ବହୁତ ପସନ୍ଦ କରିଛନ୍ତି।