୧୫ରୁ ଅଧିକ ଲୋକଙ୍କୁ କାମୁଡ଼ିଲା ପାଗଳ କୁକୁର, ସମସ୍ତେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | October 27, 2021 IST

ଦେବଗଡ, ୨୭/୧୦: ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ପାଗଳ କୁକୁର ଆତଙ୍କ ଦେଖାଦେଇଛି । ବୁଧବାର ସନ୍ଧ୍ୟାରେ ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଦିଆମ, ପେଣ୍ଡରାଖୋଳ, ବଡ ଡଙ୍ଗାଘାଟ ଗ୍ରାମରେ ପନ୍ଦରରୁ ଅଧିକ ମହିଳା ଓ ପୁରୁଷଙ୍କୁ ପାଗଳ କୁକୁର କାମୁଡିଥିବା ବେଳେ ପନ୍ଦର ଜଣ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି ।

କୁକୁରଟି ନଦିଆମ ଅଞ୍ଚଳରୁ ପେଣ୍ଡରାଖୋଳ ଦେଇ ବଡ ଡଙ୍ଗାଘାଟ ଗ୍ରାମକୁ ପହଞ୍ଚିଥିବା ଜଣାପଡିଛି । ବୁଧବାର ଅପରାହ୍ନରୁ ସନ୍ଧ୍ୟା ସମୟ ମଧ୍ୟରେ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡିରେ କୁକୁର କାମୁଡା ରୋଗୀଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ପାଗଳ କୁକୁରଟି ସମସ୍ତଙ୍କୁ ଭୟଙ୍କର ଭାବେ କାମୁଡିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.