Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

୪ କୁକୁର ଛୁଆଙ୍କ ଉପରେ ଚଢିଗଲା କାର୍, ଛଟପଟ ହୋଇ ବୁଜିଲେ ଆଖି…ମୃତଦେହକୁ ଜଗି କାନ୍ଦିଲା ମାଆ

13/07/2021 at 10:14 AM

ଭୁବନେଶ୍ୱର,୧୩/୦୭: ସୋମବାର ଦିନ ଅପରାହ୍ଣ ପ୍ରାୟ ୫ଟା ୪୫ ହେବ । ମଞ୍ଚେଶ୍ୱର ସତ୍ୟବିହାର କଲୋନି ଘଟିଗଲା ଏକ ହୃଦୟ ବିଦାରକ ଘଟଣା । ରାସ୍ତାରେ ଶୋଇଥିବା ୪ଟି କୁକୁର ଛୁଆଙ୍କୁ ଏକ କାର୍‌ ଦ୍ରୁତ ବେଗର ଆସି ଦଳିଚକଟି ପଳାଇଲା । କିଛି ସମୟ ଛଟପଟ ହୋଇ ଛୁଆ ଗୁଡ଼ିକ ଆଖି ବୁଜିଦେଲେ । ମା’ କୁକୁର କୁଁ କୁଁ ହୋଇ କାନ୍ଦିବାକୁ ଲାଗିଲା । ଆଖପାଖ ଲୋକେ ଦେଖିବା ପରେ ସେମାନଙ୍କ ହୃଦୟ ତରଳି ଗଲା । ଏଭଳି ନୃଶଂସ ଡ୍ରାଇଭରଙ୍କ ବିରୋଧରେ ସେମାନେ ମଞ୍ଚେଶ୍ୱର ଥାନାରେ ଏତଲା ଦେଲେ । ପୁଲିସ ସେମାନଙ୍କ ଏତଲା ଗ୍ରହଣ କରି ତଦନ୍ତ ଆରମ୍ଭ କଲା ।

ରାତି ପ୍ରାୟ ୯ଟା ବେଳେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମା’ କୁକୁର ସେମିତି ଛୁଆଙ୍କ ମୃତଦେହକୁ ଜଗି କାନ୍ଦୁଥାଏ । ସ୍ଥାନୀୟ ଲୋକେ ଖାଇବାକୁ ଦେଲେ ବି ଖାଉନଥାଏ । ମୃତ ଛୁଆଙ୍କୁ ରାସ୍ତାରୁ ଉଠେଇବାକୁ ଗଲେ କାମୁଡ଼ି ଗୋଡ଼ାଇଲା ।

ସତ୍ୟବିହାର ଅଞ୍ଚଳରେ ଅଣଓସାରିଆ ରାସ୍ତାରେ କୁକୁର ଛୁଆଙ୍କ ଉପରେ ଜାଣିଶୁଣି ସଂପୃକ୍ତ ଡ୍ରାଇଭର ଗାଡ଼ି ଚଢ଼ାଇ ଦେଇଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେବା ହିଁ ସଂକଳ୍ପ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ରୁଦ୍ରାଶିଷ ବିଶ୍ୱଜିତ୍‌ ସଂପୃକ୍ତ ଡ୍ରାଇଭରଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାରେ ଏତଲା ଦେଇଛନ୍ତି ।

   Related Posts