Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଶିଶୁ ମୁଣ୍ଡର ୮୦ଭାଗ ଝୁଣି ଖାଇଗଲେ କୁକୁର ପଲ, କାନ କାମୁଡି ଛିଣ୍ଡାଇଦେଲେ

22/04/2021 at 11:24 AM

ତେଲକୋଇ ୨୨।୪: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଟୁଙ୍ଗୁରୁ ବାହାଳ ଗାଁରେ କୁକୁର ପଲଙ୍କ ଆକ୍ରମଣରେ ଜଣେ ଶିଶୁ ଗୁରୁତର । ଗୁରୁତର ଶିଶୁ ହେଲେ ଶୁଭସ୍ମିତା ଦେହୁରୀ ।

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ ଆମ୍ବ ପାଇଁ ଯାଇଥିବା ବେଳେ ଶିଶୁଟିକୁ ଏକୁଟିଆ ପାଇ ୬ଟିକିଆ କୁକୁର ପଲ ଆକ୍ରମଣ କରିଥିଲେ ।  ଶିଶୁ ମୁଣ୍ଡର ୮୦ଭାଗ ଅଂଶ କୁକୁରମାନେ ଟାଣି ଖାଇଦେଇଥିବା ବେଳେ ବାମପାଖ କାନ ମଧ୍ୟ ସମ୍ପୂର୍ଣ୍ଣ ଛିଣ୍ଡାଇ ଦେଇଛନ୍ତି । ହାତ, ବେକ, ଛାତି ଓ ପେଟରେ ଗଭୀର କ୍ଷତ ହୋଇଛି । ଶିଖର ପ୍ରଧାନ ଓ ଅରବିନ୍ଦ ପ୍ରଧାନ ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଶିଶୁକୁ ବିଲମାଳରୁ କୁକୁରଙ୍କ କବଳରୁ ଉଦ୍ଧାର କରିଥିଲେ । ଏନେଇ ତାଙ୍କ ପରିବାରକୁ ଖବର ଦେବା ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।

   Related Posts