ବୁଲା କୁକୁର ଆତଙ୍କ, ୧୦ ଜଣଙ୍କୁ କାମୁଡି କଲା ଘାଇଲା

Published By : Prameya-News7 Bureau | January 23, 2021 IST

ବଲାଙ୍ଗୀର, ୨୩।୦୧ : ବଲାଙ୍ଗୀର ଜିଲ୍ଲା  ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତ ଅଧିନସ୍ଥ କରୁଆଝର ଗ୍ରାମରେ ବୁଲା କୁକୁରର ଆତଙ୍କ ଦେଖିବାକୁ ମିଳିଛି । କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । ୨ ଶିଶୁ ହେଲେ ପ୍ରେଶୀୟସ୍ ସୁନା(୬), ସୁମିତ୍ ଭୋଇ (୩) । ସେହିପରି ସୁରୁବୁଡୁ ବିଶି, ଅଧିର ବେହେରା, ସନ୍ଧ୍ୟା ଭୋଇ, ମାଳତୀ ମଲ୍ଲିକଙ୍କ ସମେତ ବଞ୍ଜିବାହାଲିର ଥିତେ ସାହୁ, ହଂସା ସୁନାଆହତ ହୋଇଛନ୍ତି ।

ସମସ୍ତଙ୍କୁ ଚିକିତ୍ସା ପାଇଁ ଦୁଇଟି ଆମ୍ବୁଲେନ୍ସ ଯୋଗେ  ବଲାଙ୍ଗିର ସରକାରୀ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.