ଖାଦ୍ୟ ଖାଇବା ଦ୍ବାରା ପେଟ ଓଜନିଆ ଲାଗୁଛି କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭/୦୭ : ସାଧାରଣତଃ ଅଧିକ ଖାଇବା ଦ୍ବାରା ପେଟ ଭାରି ଅନୁଭବ ହୋଇଥାଏ । କାହିଁକି ନା ଆମେ ଆମ ପସନ୍ଦର ଅନେକ ଖାଦ୍ୟ ଖାଇବା ସହିତ ବାହାର ଖାଦ୍ୟ କିମ୍ବା ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଉଛେ । ଯାହାକି ଅଧିକ ମାତ୍ରାରେ ଖାଇବା ଦ୍ବାରା ପେଟ ଜନିତ ସମସ୍ୟା ଦେଖାଯାଇଥାଏ । ଏହି ପରିସ୍ଥିତି ପାଇଁ ସହଜ ଉପାୟ ହେଉଛି ଭୋକ ହେଉଥିଲେ କମ୍ ଖାଦ୍ୟ ଖାଇବା । ଯଦି ଖାଦ୍ୟ ଖାଇବା ପରେ ମଧ୍ୟ ପେଟ ଭାରି ଅନୁଭବ ହୁଏ ତେବେ ଜାଣନ୍ତୁ ଏହାକୁ ପ୍ରତିହତ କରିବାର କିଛି ଉପାୟ ।

ପାନମହୁରୀ ଓ ଚିନି : ପାନମହୁରୀ ଓ ଚିନିକୁ ଖାଦ୍ୟ ଖାଇବା ପରେ ଖାଇବା ଦ୍ବାରା ପେଟର ଭାରୀପଣରୁ ରକ୍ଷା ପାଇ ପାରିବା । କେବଳ ଏତିକି ନୁହେଁ  ପିଆଜର ଦୁର୍ଗନ୍ଧକୁ ବି ମଧ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ଏହା ସାଧାରଣତଃ ମାଉଥ ଫ୍ରେଶନର ଭାବେ ବ୍ୟବହାର କରାଯାଏ ।

ଗୁଜୁରାତି – ସାଧାରଣତଃ ଖାଦ୍ୟ ଖାଇବା ପରେ ଗୁଜୁରାତି ଖାଇବା ଦ୍ବାରା ପେଟ ସମସ୍ୟାରୁ ରକ୍ଷା ପାଇ ପାରିବା । ଏହା ହଜମ କ୍ରିୟା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପେଟ ସମସ୍ୟା ଛଡା ମୁହଁର ଦୁର୍ଗନ୍ଧକୁ ହଟାଇବାରେ ମଧ୍ୟ ଗୁଜୁରାତି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏଥିପାଇଁ ଖାଦ୍ୟ ଖାଇବା ପରେ ଗୋଟିଏ କିମ୍ବା ଦୁଇଟି ଗୁଜୁରାତି ଖାଇବା ଉଚିତ୍ ।        

ମହୁ – ସାଧାରଣତଃ କହିବାକୁ ଗଲେ ମହୁ ଅନେକ ଖାଦ୍ୟରେ ବ୍ୟବହାର କରାଯାଏ । ମହୁ କେବଳ ଖାଦ୍ୟରେ ନୁହେଁ ବରଂ ଔଷଧୀୟ ଗୁଣବତ୍ତା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହା ସ୍ବାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ । ମହୁକୁ ଖାଦ୍ୟ ଖାଇବା ପରେ ଖାଇଲେ ପେଟ ଭାରୀପଣର ସମସ୍ୟା ଦୂର ହୋଇଥାଏ । ଏହା ସହ ଶରୀରର ଇମ୍ୟୁନିଟି ପାୱାରକୁ ବଢାଇଥାଏ । ଏଥିପାଇଁ ଖାଦ୍ୟ ଖାଇବା ପରେ ୧ ଚାମଚ ମହୁ ଖାଇବା ଉଚିତ ।

କେବଳ ଏତିକି ନୁହେଁ ପେଟ ଜନୀତ ସମସ୍ୟା ପାଇଁ ଅଲଗା ଉପାୟ ମଧ୍ୟ ଆପଣାଇ ପାରିବେ  । ଯେମିତିକି ସକାଳୁ ଉଠି ହାଲୁକା ବ୍ୟାୟାମ କରିବା । ନଚେତ୍ ଖାଦ୍ୟ ଖାଇବା ପରେ  ଟିକେ ଚଲାବୁଲା କରିବା । ଏହା ବ୍ୟତୀତ ଖାଇବା ସମୟରେ କଥାବାର୍ତ୍ତା ନ କରିବା ସ୍ବାସ୍ଥ୍ୟ ପାଇଁ ହିତକର । କଫିନ ଓ ନିଶାଦ୍ରବ୍ୟ ଗୁଡିକ କମ୍ ବ୍ୟବହାର କରିବା ଉଚିତ୍ । ପେଟ ସମସ୍ୟାରୁ ରକ୍ଷା ପାଇବା ପାଇଁ ପୋଦିନା ପତ୍ର ଓ ବେକିଙ୍ଗ ସୋଢା ମଧ୍ୟ ବ୍ୟବହାର କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.