Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କ୍ଷୀର ଶରୀର ପାଇଁ କେତେ ଲାଭ ଦାୟକ ଓ କେତେ କ୍ଷତିକାରକ, ଜାଣନ୍ତୁ

13/12/2019 at 4:26 PM

ନୂଆଦିଲ୍ଲୀ୧୩/୧୨: କ୍ଷୀରରୁ ଆମକୁ ଶକ୍ତି ମିଳିଥାଏ। ଏହି କଥା ଆମେ ସମସ୍ତେ ଜାଣିଛନ୍ତି। ହେଲେ କ୍ଷୀର ଶରୀର ପାଇଁ ଲାଭ ଦାୟକ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ହେଲେ କିଛି କ୍ଷେତ୍ରରେ କ୍ଷୀର ଶରୀର ପ୍ରତି କ୍ଷତିକାରକ ହୋଇଥାଏ। ହୁଏତେ ଏ ସଂପର୍କରେ ଅଧିକାଂଶ ଲୋକ ଜାଣି ନ ଥିବେ। ଆମେ କ୍ଷୀର କାହିଁକି ପିଅନ୍ତି? ଶରୀରକୁ କ୍ଷୀର କେଉଁ ପ୍ରକାର ଫାଇଦା ଦେଇଥାଏ।  ଅଧିକାଂଶ ବ୍ୟକ୍ତି ସକାଳୁ କ୍ଷୀର ପିଇବା ଅଭ୍ୟାସ କରି ଥାଆନ୍ତି। କେହି କେହି ବି ଶୋଇବା ବିଛଣାରେ କ୍ଷୀର ପିଇବା ପରେ ସକାଳୁ ବିଛଣା ଛାଡ଼ି ଥାଆନ୍ତି। କ୍ଷୀରରେ ଏଭଳି ପୋଷକତତ୍ତ୍ବ ରହିଛି ଯାହା ଶରୀରକୁ ଶକ୍ତି ଯୋଗାଇଥାଏ। କିନ୍ତୁ କ୍ଷୀରରେ କିଛି ଏନଜାଇମ୍ସ ରହିଛି ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ଆସନ୍ତୁ ଜାଣିବା ଶରୀର ପାଇଁ କ୍ଷୀର କେତେ ଲାଭ ଦାୟକ ଓ କେତେ କ୍ଷତିକାରକ

ଡ଼ାଇବେଟିସ୍‌କୁ ନିୟନ୍ତ୍ରଣ କରିଥାଏ- ଡାଇବେଟିସ୍‌ ବିଶେଷଜ୍ଞଙ୍କ କହିବା ଅନୁସାରେ ଡାଇବେଟିସ୍‌ ରୋଗକୁ କ୍ଷୀର ନିୟନ୍ତ୍ରଣ କରିଥାଏ। ଶରୀରର ବ୍ଲଡ୍‌ ସୁଗାର ସ୍ତରକୁ କ୍ଷୀର କମାଇ ଦେଇଥାଏ।  ଏଥିରେ ପୋଟାସିୟମ ଲେଭଲ୍‌ ଅଧିକ ରହିଥାଏ। ଯାହା ଦ୍ବାରା ବ୍ଲଡ୍ ପ୍ରେସର ବି ନିୟନ୍ତ୍ରଣ ହୋଇଥାଏ।  

ଭେଜାଲ କ୍ଷୀର ପ୍ରତି ସାବଧାନ-  କ୍ଷୀର ଆପଣଙ୍କୁ ହାଇଡ୍ରେଟ୍ ରଖିବା ସହ ଶରୀର ଚର୍ମକୁ ଗ୍ଲୋ କରିବାରେ ସାହାଯ୍ୟ କରିଥାଏ। ଯଦି ଭେଜାଲ୍ କ୍ଷୀର ଆପଣ ସେବନ କରନ୍ତି ତେବେ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଯାଇଥାଏ। ଏପରି କି ଆପଣଙ୍କ ମୁହଁରେ ବ୍ରଣ ଭାରିଥାଏ। ଯାହାଫଳରେ ମୁହଁର ସୌନ୍ଦର୍ଯ୍ୟ କ୍ଷୁର୍ଣ୍ଣ ହୋଇଥାଏ। ଭେଜାଲ କ୍ଷୀରରେ ଅକ୍ସିଟୋସିନ୍ ରହିଥାଏ। ଏହି କ୍ଷୀରକୁ ପିଇଲେ ଦେହ ପାଇଁ କ୍ଷତିକାରକ ହୋଇଥାଏ

ଯଦି ଆପଣ  ଡାଇଟିଙ୍ଗ କିମ୍ବା ମେଡିକାଲ ସୁପରଭିଜନରେ ଅଛନ୍ତି ତେବେ ଅଧିକ କ୍ଷୀର ପିଇବା ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ଏଥିସହ ଆପଣ କ୍ଷେତ୍ରରେ ଯଦି ଲ୍ୟାକ୍ଟୋଜ୍ ଇନ୍‌ଟଲେରାଣ୍ଟ ଅଛି ତେବେ ଅଧିକ କ୍ଷୀର ସେବନ ଶରୀର ପ୍ରତି କ୍ଷତି କାରକ ହୋଇଥାଏ।  ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ କ୍ଷୀର ପିଇବା ସ୍ବାସ୍ଥ୍ୟ ପ୍ରତି ଲାଭ ଦାୟକ ହୋଇଥାଏ। ହେଲେ ଭେଜାଲ କ୍ଷୀର ପ୍ରତି ସାବଧାନ ରହିବା ଉଚିତ୍‌।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ଗର୍ଭାବସ୍ଥାରେ କ୍ଷୀର ପିଇଲେ ମାଆ ଓ ପିଲା ଉଭୟ ଭଲ ରହିଥାଆନ୍ତି। ଏଥିପାଇଁ ଗର୍ଭବତୀ ମହିଳାଙ୍କୁ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ କରିଥାଆନ୍ତି। କିନ୍ତୁ ଏହି ସମୟରେ ବଜାରରେ ମିଳୁଥିବା ଭେଜାଲ କ୍ଷୀରକୁ ଗର୍ଭବତୀ ମହିଳାଙ୍କୁ ଦିଅନ୍ତୁ ନାହିଁ। କ୍ଷୀରକୁ ସତେଜ ରଖିବା ପାଇଁ କ୍ଷୀର ବିକାଳିମାନେ ଏଥିରେ ବିଭିନ୍ନ ପ୍ରକାର କେମିକାଲ ଜାତୀୟ ପଦାର୍ଥ ମିଶାଇ ଥାଆନ୍ତି। ଏହି ସମୟରେ ବଜାରରେ ମିଳୁଥିବା ମିଶ୍ରିିତ କ୍ଷୀର ପ୍ରତି ସାବଧାନ ରହିବା ନିହାତି ଆବଶ୍ୟକ।

   Related Posts