କେଜ୍ରିଓ୍ୱାଲଙ୍କ ବଡ ଘୋଷଣା: 'କରୋନା ମୁକାବିଲାରେ ପ୍ରାଣ ହରାଇଲେ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ମିଳିବ ୧ କୋଟି ଟଙ୍କା'

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ, ୦୧|୦୪:  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି । ଦିଲ୍ଲୀରେ କରୋନା ମୁକାବିଲାର ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁହେଲେ ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ।

କେଜ୍ରିଓ୍ୱାଲ କହିଛନ୍ତି ଯେ, ଡାକ୍ତର, ନର୍ସ ଆଦି ସ୍ୱାସ୍ଥ୍ୟକର୍ମୀ କରୋନା ମୁକାବିଲାରେ ଦିନ ରାତି ଏକ କରିଦେଇଛନ୍ତି । ମୁକାବିଲାରେ ସେମାନେ ପ୍ରାଣ ହରାଇଲେ ସେମାନଙ୍କ ପରିବାରକୁ ୧ କୋଟି ଟଙ୍କା ପ୍ରଦାନ କରାଯିବ । ସେମେନେ ସରକାରୀ କିମ୍ବା ବେସରକାରୀ ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ ହୋଇଥିଲେ ମଧ୍ୟ ଅର୍ଥରାଶି ପ୍ରଦାନ କରାଯିବ ।

{"id":247515,"width":754,"height":424,"sizeSlug":"large"}

କେଜ୍ରିଓ୍ୱାଲଙ୍କ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣାର ଗୋଟିଏ ଦିନ ପରେ ଏହା କହିଛନ୍ତି ।ନିର୍ମଳା କରୋନା ମୁକାବିଲାର ସାମିଲ ଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ଟେକନିସିଆନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ ପାଇବେ ବୋଲି ମଙ୍ଗଳବାର ଘୋଷଣା କରିଥିଲେ ।

ସେହିପରି ଉତ୍ତରଖାଣ୍ଡ ସରକାର ମଧ୍ୟ କରୋନା ମୁକାବିଲାର ଯୋଦ୍ଧାଙ୍କ ପାଇଁ ବୀମା ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.