Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ସର୍ବସମ୍ମୁଖରେ ଭିମ୍‌ସାର ଡାକ୍ତରଙ୍କ ଦାଦାଗିରି – ପୋଲିସ୍‌ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଡାକ୍ତର

21/10/2019 at 7:39 PM

ସମ୍ବଲପୁର ୨୧।୧୦– 5-Tକୁ ଫୁ… । ସର୍ବସମ୍ମୁଖରେ ଭିମ୍‌ସାର ଡାକ୍ତରଙ୍କ ଦାଦାଗିରି । ପୋଲିସ୍‌ ଉପସ୍ଥିତିରେ ଆଇନକୁ ହାତକୁ ନେଲେ ଡାକ୍ତର । ଭିଡିଓ ଭାଇରାଲ ପରେ ପୋଲିସ ତନାଘନା ଆରମ୍ଭ କରିଥିଲେ ବି ପୂରା ଘଟଣାରେ ପଦାକୁ ଆସିଛି ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍‌ ନର୍ସିଂ ହୋମ ମୋହ । ଘଟଣାକୁ ନେଇ ଚର୍ଚ୍ଚା ଯୋର୍‌ ଧରୁଥିବା ଦେଖି  ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ପର୍ଯ୍ୟନ୍ତ ସମସ୍ତେ ତଦନ୍ତ ଓ ସମୀକ୍ଷାର ଦ୍ବାହି ଦେଇଛନ୍ତି । …..

5-T ଫର୍ମୂଲା ଏବଂ ମୋ ସରକାର କାର୍ଯ୍ୟକ୍ରମର ଖୁଲମ୍‌ ଖୁଲ୍ଲା ଧଜିଆ ଉଡ଼ାଇଲେ । ସୀମା ଟପିଲା ବୁର୍ଲା ଭିମ୍‌ସାର୍‌ରେ ଡାକ୍ତରଙ୍କ ଦାଦାଗିରି । ପୋଲିସ ଉପସ୍ଥିତିରେ ଆଇନକୁ ହାତକୁ ନେଲେ । ଘଟଣାସ୍ଥଳରେ ସମ୍ବଲପୁର ଅତିରିକ୍ତ ଏସପି ସୁଶାନ୍ତ ଦାସ, ଏସଡିପିଓ ଶିଶୁ ରଞ୍ଜନ ମହାପାତ୍ର, ବର୍ଲା ଆଇଆଇସି ବିଭୂତି ଭୂଷଣ ଭୋଇ, ହୀରାକୁଦ ଆଇଆଇସି ପ୍ରମୁଖ ଉପସ୍ଥିତ ଥିଲେ ମଧ୍ୟ ଜଣେ ଯୁବକଙ୍କୁ ଭିମ୍‌ସାରର ଡାକ୍ତରମାନେ ନିସ୍ତୁକ ମାଡ଼ ମାରିବା ସହ ଭୁଲ ମଗାଇବା ଭଳି ସାଂଘାତିକ ଘଟଣା ପଦାକୁ ଆସିଛି । ପୂରା ଘଟଣା ଉପରେ ଚାଲନ୍ତୁ ନଜର ପକାଇବା । କିଛି ଦିନ ତଳେ ଝାରସୁଗୁଡ଼ା ଲଇକେରା ଅଂଚଳର ଜଣେ ରୋଗୀ

ସୁନ୍ଦର ବେହେରା ବୁର୍ଲା ନ୍ୟୁରୋ ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ । ସେଠାରେ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀ ତାଙ୍କୁ ଆଡମିଟ୍‌ ନକରି ହସପିଟାଲ ପାଖରେ ଥିବା ସମଲେଶ୍ବରୀ ନର୍ସଂ ହୋମ୍‌କୁ ନେଇ ସେଠାରେ ତାଙ୍କର ଚିକିତ୍ସା କରିଥିଲେ । ତେବେ ସେଠାରେ ତାଙ୍କର ଚକିତ୍ସା ସରିଥିଲେ ମଧ୍ୟ ତାଙ୍କୁ ଡିସ୍‌ଚାର୍ଜ କରାଯାଉନଥିବାରୁ ସୁନ୍ଦର ବେହେରାଙ୍କ ପୁଅ ବୁର୍ଲା ଭିମ୍‌ସାରରେ ଡାକ୍ତର ସୂର୍ଯ୍ୟକାନ୍ତଙ୍କୁ ଭେଟି ବାପାଙ୍କୁ ନର୍ସିଂହୋମରୁ ଡିସଚାର୍ଜ ପାଇଁ ଅନୁରୋଧ କରିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଡାକ୍ତର ସୂର୍ଯ୍ୟକାନ୍ତ ପାଟ୍ଟଯୋଶୀଙ୍କ ସମେତ ଅନ୍ୟ କିଛି ଡାକ୍ତର ସୁନ୍ଦର ବେହେରାଙ୍କ ପୁଅକୁ ନିସ୍ତୁକ ମାଡ଼ ମାରିବା ସହ ଗୋଡ଼ ଧରି ଭୁଲ ମାଗିବାକୁ ବାଧ୍ୟ କରିଥିଲେ । ଉତ୍ତେଜନା ସମୟରେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପ୍ରଶାସନର ଏକାଧିକ ବଡ଼ବାବୁ ଉପସ୍ଥିତ ଥିଲେ ମଧ୍ୟ କିଛି ଡାକ୍ତର ଖୁଲମଖୁଲା ଆଇନକୁ ହାତକୁ ନେବାକୁ ସାହସ କରିଥିଲେ ।

ସେପଟେ ଭିମସାରରରେ ଓଟି ଭିତରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଥିଲା । ତେବେ ପୂରା ଘଟଣାକୁ ନେଇ ଜୁନିଅର ଡାକ୍ତର ଆସୋସିଏସନ ସଭାପତି ଏବଂ ଭୀମସାରର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ଦେଖନ୍ତୁ । 

ତେବେ ନ୍ୟୁଜ୍‌ ସେଭେନ୍‌ରେ ଖବର ପ୍ରସାରଣ ପରେ ପୂରା ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ ସମ୍ବଲପୁର ଏସପି । ସେହିଭଳି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲ୍‌ କହିଛନ୍ତି ୨ଟି ଯାକ ମାମଲାର ସମୀକ୍ଷା କରିବେ ।

ପୂରା ଘଟଣା ଦେଖିଲେ, ସରକାରୀ ହସ୍ପିଟାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କ ପ୍ରାଇଭେଟ୍‌ ନର୍ସିଂହୋମ୍‌ରେ ରୋଗୀ ଚିକିତ୍ସା କଥାକୁ ନେଇ ଘଟିଛି ତୁମୁଳକାଣ୍ଡ । ସଂପୃକ୍ତ ଡାକ୍ତରଙ୍କୁ ସମର୍ଥନ କରିବାକୁ ଯାଇ ଆଇନକୁ ହାତକୁ ନେଇଛନ୍ତି ଆଉ କିଛି ଡାକ୍ତର । ଆଉ ପୂରା ଘଟଣାରେ ସବୁଠାରୁ ଚିନ୍ତା ଜନକ ବିଷୟ ହେଲା ଏକାଧିକ ପୋଲିସ ଅଧିକାରୀଙ୍କ ସାମ୍ନାରେ ଜଣେ ଯୁବକକୁ ନିର୍ଧୁମ୍‌ ପିଟୁଛନ୍ତି ଡାକ୍ତରମାନେ । ଆଉ ପୋଲିସ ନିରବଦ୍ରଷ୍ଟା ସାଜିଛି । ଏହି ଘଟଣାରେ ଦୋଷୀ ଡାକ୍ତରମାନଙ୍କ ସହ ଦୋଷୀ ପୋଲିସ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଦରକାର ।

   Related Posts