Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁର କ’ଣ କାରଣ କହିଲେ ଡାକ୍ତର

7/12/2019 at 2:28 PM

ନୂଆଦିଲ୍ଲୀ ୦୭୧୨ ବିଷ ଦିଆଯାଇ ନ ଥିଲା। ନିଆଁ ଲଗାଇ ଦେବାରୁ ଜଳି ଗଲେ ଓ ସେଥିପାଇଁ ତାଙ୍କର ମୃତ୍ୟୁ ହେଲା। ଚିକିତ୍ସାଧୀନ ଅବସ୍ଥାରେ ମୃତ ଉନ୍ନାଓ  ଗଣ ଦୁଷ୍କର୍ମ ପୀଡିତାଙ୍କ ସଂପର୍କରେ ଏହି କାରଣ ରଖିଛନ୍ତି ଚିକିତ୍ସା କରିଥିବା ଡାକ୍ତର। ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଉନ୍ନାଓ ପୀଡ଼ିତାଙ୍କର ମୃତ୍ୟୁ ହୋଇଛି । ପୀଡିତାଙ୍କୁ ବିମାନ ଯୋଗେ ଲକ୍ଷ୍ମୌରୁ ନୂଆଦିଲ୍ଲୀ ଅଣାଯାଇଥିଲା । ତାଙ୍କର ଶରୀରର ୯୫ ପ୍ରତିଶତ ଜଳିଯାଇଥିଲା। ପାଖାପାଖି ଦୁଇଦିନ ମୃତ୍ୟୁ ସହ ସଂଗ୍ରାମ କରି ହାରିଗଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା।

ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ସଫଦରଜଙ୍ଗ ହସ୍ପିଟାଲର ସୁପରିଟେଣ୍ଡ ଡାକ୍ତର ସୁନୀଲ ଗୁପ୍ତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ବିଷ କିମ୍ବା କୌଣସି କାରଣ ପାଇଁ ହୁଏ ନାହିଁ। ବରଂ ଶରୀର ୯୦ ପ୍ରତିଶତ ଜଳି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି।

ଅନ୍ୟପଟେ ପୀଡ଼ିତାଙ୍କ ଶେଷକଥା ବହୁତ ଦୁଃଖ ଦାୟକ ଥିଲା। ଉନ୍ନାଓ ପୀଡ଼ିତା ଶେଷ ସମୟରେ କହିଥିଲେ ଯେ ‘ଭାଇ ମୁଁ ମରିବାକୁ ଚାହୁଁ ନାହିଁ, ବଞ୍ଚିବାକୁ ଚାହୁଁଛି’। ଆହୁରି ମଧ୍ୟ ଶେଷ ସମୟରେ କହିଥିଲେ ଯେ ‘ତାଙ୍କ ସହ ଯିଏ ଏମିତି କରିଛି ତାକୁ କେବେ ବି ଛାଡିବ ନାହିଁ’। ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁରେ ସାରା ଦେଶରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

   Related Posts