Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଗସ୍ତି ନୂଆଗାଁ ଓ ଚମାଖଣ୍ଡି ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ
  • ||
  • ରାଜ୍ୟରେ ବୁଧବାର ସୁସ୍ଥହେଲେ ଆଉ ୧୦ହଜାର ୭୮ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୭୩ ଜଣ ଡିସଚାର୍ଜ
  • ||
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||

ବିରଳ : ପଶୁଙ୍କ ଭଳି ମଣିଷ ମୁଣ୍ଡରେ ଉଠିଥିଲା ଶିଙ୍ଗ, ଅସ୍ତ୍ରୋପଚାର କରି ବାହାର କଲେ ଡାକ୍ତର

14/09/2019 at 1:54 PM

ସାଗର ୧୪|୯: ହଲିଉଡ ଫିଲ୍ମରେ ମଣିଷ ମୁଣ୍ଡରେ ଶିଙ୍ଗ ଉଠିଥିବାର ଆପଣ ଦେଖିଥିବେ । ତେବେ ସତସତିକା ମଣିଷ ମୁଣ୍ଡରେ ଶିଙ୍ଗ ଉଠିଛି । ଆଉ ଅପରେସନ ପରେ ତାକୁ ବାହାର ମଧ୍ୟ କରାଯାଇଛି । କଥାଟି ବିଶ୍ବାସ ନହେଲେ ବି ସତ । ମଧ୍ୟପ୍ରଦେଶ ସାଗରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ।

ଶିଙ୍ଗ ଅପରେସନ । ତାହା ପୁଣି ମଣିଷର । ବିଶ୍ବାସ ନହେଲେ ବି କଥାଟି ସତ । ମଧ୍ୟପ୍ରଦେଶ ସାଗରରେ ଶ୍ୟାମଲାଲ ନାମକ ଜଣେ ବ୍ୟକ୍ତିଙ୍କର ଏମିତି ଏକ ସଫଳ ଅସ୍ତ୍ରୋପଚାର କରିଛନ୍ତି ଡଃ ବିଶାଳ ଗଜଭିୟେ ଏବଂ ତାଙ୍କ ଟିମ୍ । ଦୁଇ ଘଣ୍ଟାର ପରିଶ୍ରମ ପରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର କରିବାରେ ଡାକ୍ତରୀ ଟିମ୍ ସଫଳ ହୋଇଛି ।

ଅପରେସନ ପୂର୍ବରୁ ପ୍ରଥମେ ଶିଙ୍ଗଟି ମୁଣ୍ଡର କେତେ ଭିତର ପର୍ଯ୍ୟନ୍ତ ଯାଇଛି ସେନେଇ ସିଟି ସ୍କାନ କରାଯାଇଥିଲା । ରିପୋର୍ଟ ଆସିବା ପରେ ନ୍ୟୁରୋ ସର୍ଜନଙ୍କର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ ହୋଇଥିଲା । ପରେ ଆରମ୍ଭ ହୋଇଥିଲା ଅପରେସନ । ଶିଙ୍ଗ ବାହାର କରିବା ପରେ ମୁଣ୍ଡ ଉପରର ଚମଡ଼ା କଟାଯାଇ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ତେଣୁ ଆଗକୁ ମଧ୍ୟ ଶିଙ୍ଗ ପୁନର୍ବାର ଉଠିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ତେବେ ଏଭଳି ଘଟଣା ରେୟାରେଷ୍ଟ ଅଫ୍ ରେୟାର କ୍ୟାଟେଗୋରୀରେ ସାମିଲ ହୋଇଥିବାରୁ ଇଣ୍ଟର ନେସନାଲ ଜର୍ଣ୍ଣାଲରେ ମଧ୍ୟ ପ୍ରକାଶିତ ପାଇଁ ପଠାଯିବ ।

ପାଞ୍ଚ ବର୍ଷ ପୂର୍ବେ ଶ୍ୟାମଲାଲ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ସେହିଠାରୁ ହିଁ ଶିଙ୍ଗ ଉଠିଥିଲା । ବାରମ୍ବାର ବ୍ଲେଡରେ କାଟିବା ପରେ ମଧ୍ୟ ଶିଙ୍ଗ ଉଠୁଥିବାରୁ ବାଧ୍ୟହୋଇ ଅପରେସନ କରାଇଥିଲେ ଶ୍ୟାମଲାଲ । ତେବେ ଅପରେସନ ସଫଳ ହୋଇଥିବାରୁ ସେ ବି ବେଶ୍ ଖୁସି ।

ଏପରିକି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ମଧ୍ୟ ଏସମ୍ପର୍କରେ ପଢ଼ାଯିବ ବୋଲି ଡାକ୍ତର କହିଛନ୍ତି ।

   Related Posts