Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||

ଅପରେସନ ବେଳେ ରୋଗୀଙ୍କ ପେଟରୁ ବାହାରିଲା ୧୧୫ଟି ଲୁହା କଣ୍ଟା : ଦେଖି ଚମକିଗଲେ ଡାକ୍ତର

14/05/2019 at 3:50 PM

ଜୟପୁର ୧୪\୫ : ରାଜସ୍ତାନର ଏକ ହସ୍ପିଟାଲ ଡାକ୍ତରମାନେ ଜଣେ ରୋଗୀଙ୍କ ପେଟରୁ ୧୧୫ଟି ଲୁହା କଣ୍ଟା ବାହାର କରିଛନ୍ତି । ଏହା ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ, ଏତେ କଣ୍ଟା ରୋଗୀଙ୍କ ପେଟକୁ ଗଲା କେମିତି । ବୁନ୍ଦି ଜିଲ୍ଲାର ଏକ ହସ୍ପିଟାଲରେ ସୋମବାର ଦିନ ଡାକ୍ତରମାନେ ଜଣେ ମାନସିକ ରୋଗୀଙ୍କ ଅପରେସନ କରିଥିଲେ । ଅପରେସନ ଡାକ୍ତରମାନେ ରୋଗୀଙ୍କ ପେଟରୁ ୧୦୦ ଗ୍ରାମ ଓଜନ ୧୧୫ଟି ଲୁହା କଣ୍ଟା ବାହାର କରିଥିଲେ । ମାନସିକ ରୋଗୀ ଜଣକ ହେଲେ ୪୪ ବର୍ଷ ବୟସ୍କ ଭୋଳାଶଙ୍କର ସୈନି ।

ଭୋଳାଶଙ୍କରଙ୍କ ବାପା ମଦନଲାଲ କହିଥିଲେ ଯେ, ୨୦ ବର୍ଷ ପୁର୍ବରୁ ଭୋଳାଶଙ୍କର ମାଳୀ ଭାବେ କାମ କରୁଥିଲେ । ହସ୍ପିଟାଲ ସର୍ଜନ ଡାକ୍ତର ଅନିଲ ସୈନି କହିଛନ୍ତି ଯେ, ଯେତେବେଳେ ଭୋଳାଶଙ୍କରଙ୍କ ଏକ୍ସରେ କରାଯାଇଥିଲା, ତାଙ୍କ ପେଟରେ ଲୁହା କଣ୍ଟା ଥିବା ଦେଖିବାକୁ ମିଳିଥିଲା । ବିଶ୍ୱାସ ନହେବାରୁ ପୁଣିଥରେ ତାଙ୍କର ଡିଜିଟାଲ ଏକ୍ସରେ କରାଯାଇଥିଲା । ଭୋଳାଶଙ୍କରଙ୍କ ପେଟରେ ଲୁହା କଣ୍ଟା ଥିବା ଡିଜିଟାଲ ଏକ୍ସରେ ସ୍ପଷ୍ଟ ଜଣାପଡିଥିଲା । ଏହାପରେ ତାଙ୍କର ସିଟି ସ୍କାନ କରାଯାଇଥିଲା । ସୋମବାର ଦିନ ଅପରେସନ କରି ଭୋଳାଶଙ୍କରଙ୍କ ପେଟରୁ ଲୁହା କଣ୍ଟା ବାହାର କରାଯାଇଥିଲା ।

ଡାକ୍ତରଙ୍କ କହିବାନୁଯାୟୀ ଭୋଳାଶଙ୍କରଙ୍କ ଅପରେସନ ସଫଳ ହେଇଛି । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ।

   Related Posts