ମେଡିକାଲରେ ପହଁଚିଲେ ଚୀନ ଫେରନ୍ତା ଯୁବତୀ, କରୋନା ଭୟରେ ଚୌକି ଛାଡି ଦଉଡିଲେ ଡାକ୍ତର

Published By : Prameya-News7 Bureau | March 14, 2020 IST

ଲକ୍ଷ୍ନୌ, ୧୪|୦୩: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଥରହର ହେଉଛି। ଏଥିରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ୭୩ଜଣ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି। ସେହିପରି ୨ଜଣ ପ୍ରାଣ ହରାଇଥିବା ମଧ୍ୟ ଖବର ମିଳିଛି। ତେବେ ଉତ୍ତରପ୍ରଦେଶରେ ଏକ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଛି।

ଘଟଣାଟି ଏହିପରି। ଉତ୍ତର ପ୍ରଦେଶ ସନ୍ଥକବୀରନଗରରେ ସନ୍ଦିଗ୍ଧ କରୋନା ଭାଇରସ ପୀଡିତା ମେଡିକାଲରେ ପହଁଚିଥିଲେ। ତେବେ ପୀଡିତାଙ୍କୁ ଦେଖି ଡାକ୍ତରମାନେ ନିଜ ଚୌକି ଛାଡି ଦଉଡିଥିଲେ। ଛାତ୍ରୀଜଣଙ୍କ କିଛି ଦିନ ତଳେ ଚୀନରୁ ଭାରତ ଫେରିଥିଲେ। ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ଫଳରେ ୨୮ଦିନ ଯାଏଁ ତାଙ୍କୁ ଅବଜରଭେସନରେ ରଖାଯାଇଥିଲା।

{"id":238561,"width":745,"height":419,"sizeSlug":"large"}

ଏହାର ୪୦ ଦିନ ପୂର୍ବରୁ ଛାତ୍ରୀଜଣଙ୍କ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ସେ ଜିଲ୍ଲାରେ ଥିବା ସରକାରୀ ହସ୍ପିଟାଲକୁ ଯାଇଥିଲେ। ଯେତେବେଳେ ଡାକ୍ତରମାନେ ସେ ଚୀନରେ ଏମବିବିଏସ ପଢୁଛନ୍ତି ଜାଣିବାକୁ ପାଇଥିଲେ, ଭୟରେ ସେଠାରୁ ପଳାୟନ କରିଥିଲେ। ତେବେ ହସ୍ପିଟାଲର କର୍ମଚାରୀ ଏହାର ସୂଚନା କ୍ୱିକ୍ ରେସପନ୍ସ ଟିମକୁ ଦେଇଥିଲେଯ ଟିମ ଆସି ଛାତ୍ରୀଙ୍କୁ ଯାଞ୍ଚ କରିଥିଲା। କିନ୍ତୁ କରୋନା ଭାଇରସ ନଥିବା ସ୍ପଷ୍ଟ ହୋଇଥିଲା।

{"id":238562,"width":745,"height":420,"sizeSlug":"large"}

ଯୁବତୀଙ୍କ କହିବାନୁସାରେ, ସେ ଡାକ୍ତରଙ୍କୁ ଚୀନରୁ ଫେରିଥିବା କଥା କହିଥିଲେ। ଏହା ଶୁଣିବା ପରେ ଡାକ୍ତରମାନେ ଚୌକି ଛାଡି ଫେରାର ହୋଇଯାଇଥିଲେ। ଏହି ମାମଲାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନଙ୍କୁ ୨୮ ଦିନ ଯାଏଁ ଅବଜରଭେସନରେ ରଖାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.