Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଯୁବକଙ୍କର ଦୁଇଟି କଟା ଗୋଡକୁ ତକିଆ କଲେ ଡାକ୍ତର, ଭିଡିଓ ଭାଇରାଲ୍‌

25/08/2019 at 5:03 PM

ଫରିଦାବାଦ .- ଫରିଦାବଦରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକଙ୍କର ଦୁଇଟି କଟା ଗୋଡକୁ ଡାକ୍ତର ତକିଆ ପରି ଯୁବକଙ୍କର ମୁଣ୍ଡ ତଳେ ଦେଇଛନ୍ତି । ଏହା ଫରିଦାବଦର ସବୁଠାରୁ ବଡ ସରକାରୀ ଡାକ୍ତରଖାନା ବାଦଶାହଖାନ୍‌ରେ ଘଟିଛି । ଏହାର ଭିଡିଓ ଭାଇରାଲ୍‌ ହେବାପରେ ଡାକ୍ତର ଏହା ସପକ୍ଷରେ ମତ ରଖିଛନ୍ତି । ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଏହାର ଯାଞ୍ଚର ଆଦେଶ ଦେଇଛନ୍ତି ।

 ଫରିଦାବାଦରେ  ରେଳ ଲାଇନ୍‌ ପାରି ହେଉଥିବାବେଳ ଟ୍ରାକରେ ପ୍ରଦୀପ ନାମକ ୪୨ ବର୍ଷିୟ ବ୍ୟକ୍ତିଙ୍କର   ପାଦ ଫଶିଯାଇଥିଲା ।ଏତିକି ବେଳେ ସୁପରଫାଷ୍ଟ ଟ୍ରେନ ଆସିବାରୁ  ଦୁଇଟିଯାକ ଗୋଡ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା ।  ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଥିଲା । ଡାକ୍ତର ତରବରରେ  ଗୋଡ ଦୁଇଟିକୁ ତାଙ୍କ ମୁଣ୍ଡ ତଳେ ଦେଇଥିବା କଥା ସଫେଇ ଦେଇଛନ୍ତି ।ପ୍ରଥମେ ରାଗୀର ଜୀବନ ବଞ୍ଚାଇବା ଜରୁରୀ ଥିଲା । ମୁଣ୍ଡକୁ ଉପରକୁ ରଖିବା ପାଇଁ ଜିନିଷ ନଥିବାରୁ ଏପରି କରାଯାଇଥିବା ସେ କହିଛନ୍ତି । ପରେ ପ୍ରଦୀପଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

ପୂର୍ବୁର ଝାନସିରେ ଏପରି ଘଟଣା ଘଟିଥିଲା । ଜଣେ ରୋଗୀଙ୍କର ଅସ୍ତ୍ରୋପଚାର ପରେ ଗୋଡକୁ ମୁଣ୍ଡତଳେ ରଖି ଜଣେ ଡାକ୍ତର ନିଲମ୍ବିତ ହୋଇଥିଲେ ।

   Related Posts