Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲିଙ୍ଗ ପରିବର୍ତ୍ତନ ଅପରେସନ ବେଳେ ସମଲିଙ୍ଗୀଙ୍କର ମୃତ୍ୟୁ : ଡାକ୍ତରଙ୍କ ବିରୋଧରେ ଦାୟିତ୍ବହୀନତାର ଅଭିଯୋଗ

ରାୟପୁର ୧୦/୧୦: ଛତିଶଗଡ଼ର ରାୟପୁରରେ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଅପରେସନ କରୁଥିବା ଜଣେ ସମଲିଙ୍ଗୀଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଯାଇଛି। ପରିବାର ଲୋକେ ଡାକ୍ତରଙ୍କ ବିରୋଧରେ ଦାୟିତ୍ବହୀନତାର ଅଭିଯୋଗ କରିଛନ୍ତି। ମୃତକଙ୍କ ମାଆଙ୍କ କହିବାନୁସାରେ ଆୟୁଷ୍ମାନ ଯୋଜନା ଜରିଆରେ ଏହି ଅପରେସନ ହୋଇଥିଲା କିନ୍ତୁ ହସ୍ପିଟାଲରେ ତାଙ୍କଠୁ ଔଷଧ ଏବଂ ଅନ୍ୟାନ୍ୟ ଶୁଳ୍କ ଆକାରରେ ଟଙ୍କା ନିଆଯାଇଥିଲା।

ଘଟଣାଟି ଘଟିଛି ସରକାରୀ ସୁପର ସ୍ପେଶାଲିଟି ଡିକେଏସ୍ ହସ୍ପିଟାଲରେ । ବିଳାସପୁରରେ ରହୁଥିବା ସମଲିଙ୍ଗୀ ମାୟା ନାରାୟଣଙ୍କ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ଅପରେସନ କରାଯାଇଥିଲା। ରୁଟିନ୍ ଚେକଅପ୍ ପାଇଁ ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ଆଣିଥିଲେ। ଅକ୍ଟୋବର ୬ତାରିଖ ଦିନ ତାଙ୍କର ଆଉ ଏକ ଅପରେସନ ହେବାର ଥିଲା। ଏଥିରେ ପରିସ୍ରାନଳୀକୁ ବାହାର କରି ଏହାକୁ ସିଷ୍ଟେମାଟିକ୍ କରିବାର ଥିଲା। ଡାକ୍ତରମାନେ ବାରମ୍ବାର ଅଯତ୍ନଶୀଳ ହୋଇଥିଲେ,ଯାହା ଫଳରେ ମାୟାଙ୍କୁ ସଂକ୍ରମଣ ହୋଇ ଯାଇଥିଲା। ପରିସ୍ରା ପାସ୍ ନ ହେବାରୁ ସେ ଯନ୍ତ୍ରଣାରେ ଛଟପଟ ହୋଇଥିଲେ,କିନ୍ତୁ ଡାକ୍ତରମାନେ ଏହା ପ୍ରତି ଧ୍ୟାନ ଦେଇନଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା। କିନ୍ତୁ ଗତ ମଙ୍ଗଳବାର ରାତିରେ ସେ ଆଖି ବୁଜି ଦେଇଥିଲେ।

ପରିବାର ଏବଂ ସମାଜ କଲ୍ୟାଣ ବିଭାଗ ମାଧ୍ୟମରେ ସମଲିଙ୍ଗୀଙ୍କର ଲିଙ୍ଗ ଚୟନ ଏବଂ ଅପରେସନର ସୁବିଧା ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥାଏ,କିନ୍ତୁ ଡାକ୍ତରଙ୍କର ଏପ୍ରକାର ଦାୟିତ୍ବହୀନତା ସାମନାକୁ ଆସିବା ପରେ ସରକାରଙ୍କ ଏହି ଯୋଜନା ଉପରେ ପ୍ରଶ୍ନ ଉଠୁଛି।

641 Views

   ସମ୍ବନ୍ଧିତ ଖବର