ଯାଇଥିଲେ ହାଇଡ୍ରୋସିଲ ଅପରେସନ ଲାଗି, ଡାକ୍ତର ଗୋଡ ଅପରେସନ କରିଦେଲେ, ଜାଣନ୍ତୁ ପୂରା ଖବର...

Published By : Prameya-News7 Bureau | September 06, 2019 IST

ନୂଆଦିଲ୍ଲୀ୬|୯: ବିହାରର ଗୟା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା।  ଏଠାରେଥିବା କେ. ମଗଧ ମେଡିକାଲ କଲେଜ ଓ ହସ୍ପିଟାଲରେ ଡାକ୍ତରଙ୍କ ବେପରୁଆ ମନଭାବ ଯୋଗୁ ଏଭଳି ଘଟଣାଘଟିଛି।  ହସ୍ପିଟାଲର ଡାକ୍ତରଙ୍କ ବିରୋଧରେ ରୋଗୀ  ସଂଗୀନ ଅଭିଯୋଗ ଆଣିଛନ୍ତି।

ଡାକ୍ତରମାନେ ତାଙ୍କର ଭୁଲ ଅପରେସନ କରି ଥିବା ରୋଗୀ ଅଭିଯୋଗ କରିଛନ୍ତି। ରୋଗୀ ଜଣକ ହାଇଡ୍ରୋସିଲ  ଅପରେସନ ଲାଗି ହସ୍ପିଟାଲ ଯାଇଥିଲେ। ହେଲେ କ’ଣ ହୋଇଛି ନଜାଣି ଡାକ୍ତର ତାଙ୍କୁ ନିଶା ଇଜେକ୍ସନ ଦେଇ ଦେଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ହାଇ​‌ଡ୍ରୋସିଲ ବଦଳରେ ଡାକ୍ତର ତାଙ୍କ ଗୋଡ଼କୁ ଅପରେସନ କରିଦେଇଥିବା ରୋଗୀ କହିଛନ୍ତି। 

ସୂଚନାଯୋଗ୍ୟ ଯେ, ପରୈୟା  ପୁନାକଲା ଗାଁର ରାମଭଜନ ଯାଦବ ଦୀର୍ଘଦିନ ହେବ ହାଇଡ୍ରୋସିଲରେ ପୀଡିତ ଥିଲେ। ଏଣୁ ଚିକିତ୍ସା ନିମନ୍ତେ  ଅନୁଗ୍ରହ ନାରାୟଣ ମଗଧ ମେଡ଼ିକାଲ କଲେଜକୁ ଯାଇଥିଲେ। ସେ ଡାକ୍ତରଙ୍କୁ ତାଙ୍କ ରୋଗ ସମ୍ପର୍କରେ  କହିଥିଲେ। ଡାକ୍ତର ମଧ୍ୟ ହାଇଡ୍ରୋସିଲ ଅପରେସନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରିଥିଲେ ।ହେଲେ ରାମଭଜନଚେତା ଫେରିବା ପରେ ଜାଣିବାକୁ ପାଇଥିଲେ ଯେ ହାଇଡ୍ରୋସିଲ ବଦଳରେ ତାଙ୍କ ଗୋଡ଼ ଅପରେସନ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.