Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହିଳା ଡାକ୍ତରଙ୍କୁ ପଡୋଶୀଙ୍କ ଆକ୍ରମଣ : କରୋନା କଥା କହି ଆଣିଥିଲେ ଅଭିଯୋଗ, ଗିରଫ କଲା ପୋଲିସ

9/04/2020 at 8:38 AM

ନୂଆଦିଲ୍ଲୀ ୦୯।୦୪: ସାରାଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କରୋନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୪ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିାକଲେ ଚିତିତ୍ସାଧୀନ ରହିଛନ୍ତି । ତେବେ ରୋଗୀଙ୍କ ସେବାରେ ନିୟୋଜିତ ଥିବା ଦୁଇଜଣ ମହିଳା ଡାକ୍ତର ଅସଦାଚରଣ ସମ୍ମୁଖୀନ ହେବାକୁ ପଡିଛନ୍ତି । ଏଭଳି ଘଟଣା ପୁଣି ଦେଶର ରାଜଧୀନ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଘଟିଛି । ଏନେଇ ଥାନାରେ ମାମଲା ରୁଜୁ ହୋଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଦୁଇ ମହିଳା ଡାକ୍ତର ଘର ନିକଟରେ ଥିବା ବଜାରକୁ ଯାଇଥିଲେ । କିନ୍ତୁ ସେଠାରେ ସେହି ସମୟରେ ପଡୋଶୀମାନେ କରୋନା ସଂକ୍ରମଣ ବ୍ୟାପିବା ଅଭିଯୋଗ ଆଣି ଦୁଇଜଣ ମହିଳା ଡାକ୍ତରଙ୍କୁ ଅସଦାରଚରଣ କରିଥିଲେ । ବଜାରରେ ମହିଳା ଡାକ୍ତର କିଛି ସାମଗ୍ରୀ କିଣୁଥିବା ବେଳେ ପଡୋଶୀଲୋକ ଆସି କରୋନା ବ୍ୟାପିବା ଅଭିଯୋଗ ଆଣିଥିଲେ । ଯେତେବେଳେ ମହିଳା ଡାକ୍ତରମାନେ ତାଙ୍କ ପଡୋଶୀଙ୍କୁ ବୁଝାଇବାକୁ ଲାଗିଲେ । ସେହି ସମୟରେ ମହିଳାଜଣଙ୍କ ଡାକ୍ତରମାନଙ୍କୁ ଆକ୍ରମଣ କରିଥିବା ଅଭିୟୋଗ କରାଯାଇଛି । ତେବେ ଏନେଇ ନିକଟସ୍ଥ ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।

   Related Posts