Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ ସହ ଖେଳ: ରେନକୋଟ୍ ଓ ସନଗ୍ଲାସ୍ ପିନ୍ଧି କରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର

31/03/2020 at 11:56 AM

କୋଲକାତା, ୩୧|୦୩:  ସାରା ବିଶ୍ୱରେ କରୋନା ୩୭ ହଜାରରୁ ଅଧିକ ଜୀବନ ନେଲାଣି । ଏହି ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ଏହି ଭାଇରସର ସଂକ୍ରମଣ ମଧ୍ୟ ଭାରତେର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବେସୁଦ୍ଧା ଦେଶରେ ୧୩୩୭ଟି ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ୪୦ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି । କରୋନା ମୁକାବିଲା ପାଇଁ ସାମ୍ନାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀ କେତେ କଠିନ ପରିସ୍ଥିତିର ସାମ୍ନା କରୁଛନ୍ତି ତାହା ସିଲିଗୁଡିରେ ଦେଖିବାକୁ ମଳିଛି । କାରଣ ଏଠାରେ ସେମାନଙ୍କୁ ଆବଶ୍ୟକୀୟ ସୁରକ୍ଷା କବଚ କିମ୍ବା କିଟ୍ସ୍ ମିଳିନାହିଁ ।

ପଶ୍ଚିମବଙ୍ଗର ସିଲିଗୁଡିରେ ଥିବା ଉତ୍ତର ବଙ୍ଗ ମେଡିକାଲ କଲେଜର ଡାକ୍ତର ଦାବି କରିଛନ୍ତି ଯ, କରୋନା ପଜିଟିଭ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସେମାନଙ୍କୁ ଆବଶ୍ୟକୀୟ ଗ୍ଲୋବସ୍ ଓ ସର୍ଜିକାଲ ମାସ୍କ୍ ଦିଆଯାଇ ନାହିଁ । ଏହା ପରିବର୍ତ୍ତେ ସେମାନଙ୍କୁ ବେଡସିଟ୍ ମାସ୍କ, ସନଗ୍ଲାସ ଓ ରେନକୋଟ୍ ଦିଆଯାଇଛି ।

ଡାକ୍ତର ସହରିୟାର୍ ଆଲମ କହିଛନ୍ତି ଯେ, ସେମାନେ ଭାଇସ୍ ପ୍ରିନ୍ସିପାଲଙ୍କୁ ଭେଟିଥିଲେ । ସେମାନଙ୍କୁ ଆବଶ୍ୟକୀୟ ଉପକର ଦେବାକୁ ମଧ୍ୟ ଅନୁରୋଧ କରିଥିଲେ । କିନ୍ତୁ ସେ ଡାକ୍ତରଙ୍କୁ ଡ୍ୟୁଟିକୁ ନ ଆସିବାକୁ କହିଥିଲେ ।

ଡାକ୍ତରମାନେ ଆହୁରି ଅଭିଯୋଗ କରିଛନ୍ତି ଯେ, କରୋନା ମୁକାବିଲା ପାଇଁ ସେମାନଙ୍କୁ ରେନକୋଟ୍ ଓ ସନଗ୍ଲାସ୍ ପ୍ରଦାନ କରାଯାଇଛି ।ଏହାସହ ରେନକୋଟକୁ ଧୋଇବା ସହ ପୁଣିଥରେ ବ୍ୟବହାର କରିବାକୁ କୁହାଯାଇଥିଲା ।

   Related Posts