ସମ୍ ହସ୍ପିଟାଲରେ ‘ଡକ୍ଟରସ ଡେ’ ପାଳିତ : ପାଞ୍ଚ ଡାକ୍ତର ସମ୍ବର୍ଦ୍ଧିତ

Published By : Prameya-News7 Bureau | July 01, 2019 IST

ଭୁବନେଶ୍ୱର ୧/୭ : ଆଇଏମଏସ୍ ସମ ହସ୍ପିଟାଲରେ ପାଳିତ ହୋଇଯାଇଛି ‘ ଡକ୍ଟରସ ଡେ ’ । ସୋଆ ଡିମ୍ଡ ଟୁ ବି ୟୁନିଭରସିଟିର ପ୍ରଫେସର ଅମିତ ବାର୍ନାଜୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲରେ ପାଞ୍ଚ ଜଣ ଡାକ୍ତରଙ୍କୁ ସମ୍ଫର୍ଧିତ କରାଯାଇଥିଲା ।

ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ବିତୀୟ ଅବତାର । ରୋଗ ସର୍ଯ୍ୟାରେ ପଡି ମୃତ୍ୟୁକୁ ଅପେକ୍ଷା କରିଥିବ ରୋଗୀ । ସେହି ସମୟରେ ଯିଏ ତାର ସେବା ସସୃଶା କରି ଜୀବନ ରକ୍ଷା କରିପାରେ । ସେ ଆଉ କେହି ନୁହଁ , ସେ ହେଉଛନ୍ତି ଡାକ୍ତର । ଏହିପରି ଜଣେ ଡାକ୍ତର ଥଲେ । ସେ ହେଉଛନ୍ତି ପଶ୍ଚିମବଙ୍ଗର ଡକ୍ଟର ବି.ସି.ରାୟ । ତାଙ୍କ ଜନ୍ମ ୧୮୮୨ ଜୁଲାଇ ୧ ତାରିଖ । ତାଙ୍କରି ଜନ୍ମ ଦିନଟିକୁ ମନେ କରି ପ୍ରତି ବର୍ଷ ଏହି ଦିନଟିକୁ ‘ ଡକ୍ଟର ଡେ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ଅଜି ଭୁବନେଶ୍ବର ସ୍ଥିତ ଅାଇଏମଏସ ଆଣ୍ଡ ସମ ହସ୍ପିଟାଲରେ ପାଲିତ ହୋଇଯାଇଛି ‘ ଡକ୍ଟରସ ଡେ ’ । ଏହି ଅବସରରେ ସମ ହସ୍ପିଟାଲ କ୍ୟାମ୍ପସ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ସୋଆ ଡିମ୍ଡ ଟୁ ବି ୟୁନିଭରସିଟିର ପ୍ରଫେସର ଅମିତ ବାର୍ନାଜୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶୃଂଖଳାର ସହ କାର୍ଯ୍ୟ ସମ୍ପାଦନ, ଉତ୍ସର୍ଗୀକୃତ ମନଭାବନା ଓ ନିୟମ ଅନୁସାରେ ସଠିକ କାମ କରିବା ଡାକ୍ତରଙ୍କ ଧର୍ମ ବୋଲି ପ୍ରଫେସର ଅମିତ ବାର୍ନାଜୀ ନିଜ ଅଭିଭାଷଣରେ କହିଥିଲେ । ସେହିପରି ସାମ୍ପ୍ରତିକ ସ୍ଥିତି ଡାକ୍ତରଙ୍କ ଉପରକୁ ଯେଭଳି ଅାକ୍ରମଣ ହେଉଛି, ତାକୁ ନେଇ ନିନ୍ଦା କରିଥିଲେ । ଅନ୍ୟପଟେ ସମ ହସ୍ପିଟାରଲର ମେଡିକାଲ ସୁରଟିଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଅନ୍ୟତମ ଅଥିଭିଭାବେ ଯୋଗ ଦେଇ ଡାକ୍ତରଙ୍କ ଭୁମିକା ଉପରେ ନିଜର ମତ ରଖିଥିଲେ ।

ଅପରପକ୍ଷରେ ‘ ଡକ୍ଟରସ ଡେ ’ କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ବିଭାଗୀୟ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଡାକ୍ତରଙ୍କ ଭୂମିକା ସମ୍ପର୍କରେ ବିଶେଷଜ୍ଞଙ୍କ ମତକୁ କାର୍ଯ୍ୟକରୀ କରିବା ନେଇ ସଙ୍କଳ୍ପ ନେଇଥିଲେ । ସେହିପରି ସାମ୍ପ୍ରତିକ ସ୍ଥତିରେ ଦେଶବ୍ୟାପି ଡାକ୍ତରଙ୍କ ଉପରେ ଡେଉଥିବା ଆକ୍ରମଣକୁ ମଧ୍ୟ ଦୃଢଭାବେ ନିନ୍ଦା କରିଥିଲେ ।

ଡକ୍ଟର ଡେ ପାଳନ ଅବସରରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲରେ ପାଞ୍ଚ ଜଣ ଡାକ୍ତରଙ୍କୁ ସମ୍ଫର୍ଧିତ କରାଯାଇଥିଲା । ଯେଉଁ ଦେଶରେ ମେଡିକାଲ ସାଇନ୍ସ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦ କରିଥିଲେ ତାଙ୍କୁ ସମ୍ପର୍ଧତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.