Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ନବଜାତ ଶିଶୁ ଭାବି ଖେଳନାକୁ ପୋଷ୍ଟମର୍ଟମ କଲେ ଡାକ୍ତର

13/07/2020 at 10:25 PM

ବୁଲଢାଣା ୧୩।୦୭: ମହାରାଷ୍ଟ୍ରର ବୁଲଢାଣା ସହରରେ ସୋମବାର ଏକ ଅଜବ ଘଟଣା ଘଟିଛି। ଡାକ୍ତର ଏକ ଖେଳନାକୁ ନବଜାତ ଭାବି ପୋଷ୍ଟମର୍ଟମ କରିଛନ୍ତି। ଡାକ୍ତର ତିଳେ ମାତ୍ର ଜାଣି ପାରିଲେ ନାହିଁ ଯେ, ଏହା କୌଣସି ନବଜାତ ନୁହେଁ ବରଂ ଏକ ଖେଳନା। ଡାକ୍ତର ପୋଷ୍ଟମର୍ଟମ ଆରମ୍ଭ କଲେ ଏବଂ ଏହି ପ୍ରକ୍ରିୟା କିଛି ସମୟ ପର୍ଯ୍ୟନ୍ତ ଚାଲିଥିଲା। ଯେବେ ଖେଳନା ଭିତରୁ କପା ଓ ସ୍ପଞ୍ଜ ବାହାରିଲା ଡାକ୍ତରଙ୍କୁ ସନ୍ଦେହ ହେଲା ଏବଂ ଯାଞ୍ଚରୁ ଜଣା ପଡିଲା ଯେ, ଏହା କୌଣସି ନବଜାତ ନୁହେଁ ବରଂ ଏକ ଖେଳନା। ଡାକ୍ତରଙ୍କ ଏହି ଅଜ୍ଞାନତା ପଣ ନେଇ ପୂରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ନଦୀ ପାଖରୁ ମିଳିଲା ନବଜାତ ଶିଶୁ(ଖେଳନା)

ଏହି ଘଟଣା ବୁଲଢାଣାର ଖାମଗାଓଁ ତହସିଲ ଅନ୍ତର୍ଗତ ବୋରାଜବାଲା ଗାଁରେ ଘଟିଛି। ଗତ ରାତିରେ ପୋଲିସ୍‌କୁ ସ୍ଥାନୀୟ ଲୋକ ଫୋନ କରି ସୂଚନା ଦେଲେ ଯେ ନଦୀ ନିକଟରେ ଏକ ୭ ରୁ ୮ ମାସର ଶିଶୁର ଶବ ପଡିଛି। ସୂଚନା ମିଳିବା ମାତ୍ରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲା। ଏହା ପରେ ନବଜାତକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ପ୍ରଶାସନ ପଠାଇ ଦିଆଯାଇଥିଲା।

କାହାକୁ  ହେଲା ନାହିଁ ସନ୍ଦେହ

ଏହି ଘଟଣାର ଚର୍ଚ୍ଚା ଆଜି ଏଥିପାଇଁ ହେଉଛି ଯେ, ନଦୀ ନିକଟରୁ ନେଇ ହସ୍ପିଟାଲ ପର୍ଯ୍ୟନ୍ତ, ଏପରିକି ପୋଷ୍ଟମର୍ଟମ ହେବା ପର୍ଯ୍ୟନ୍ତ କାହାରି ମନରେ ତିଳେ ମାତ୍ର ସନ୍ଦେହ ଉପୁଜିଲା ନାହିଁ ଯେ, ଏହା କୌଣସି ନବଜାତ ନୁହେଁ ବରଂ ଏକ ଖେଳନା। ପୋଲିସ୍ ମଧ୍ୟ ଜାଣି ପାରିଲା ନାହିଁ ଓଲଟା ଖେଳନାକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇ ଦେଲା। ଖେଳନା ଉପରେ କାଦୁଅ ଲାଗିଥିଲା ଏବଂ ସେଥିରୁ ବହୁତ ଦୁର୍ଗନ୍ଧ ବାହାରୁଥିଲା। ଲୋକଙ୍କୁ ଲାଗିଥିଲା ଯେ, ବାସ୍ତବରେ ଏହା କୌଣସି ଏକ ଶିଶୁର ଶବ।

ଏହି ଘଟଣା ପରେ ଡାକ୍ତରଙ୍କୁ ଅନେକ ମହଲରୁ ତାତ୍ସଲ୍ୟ କରାଯାଉଛି। ଅନ୍ୟପଟେ ଡାକ୍ତରଙ୍କ କହିବା କଥା ଏମିତି ଘଟଣା ପ୍ରଥମ ଥର ହୋଇଛି। ଯେବେ କୌଣସି ଖେଳନାକୁ ନବଜାତ ଭାବି ପୋଷ୍ଟମର୍ଟମ କରାଯାଇଛି। ପୋଲିସ୍‌କୁ ଏହି ଘଟଣାର ସୂଚନା ମଧ୍ୟ ଦିଆଯାଇଛି।

   Related Posts